fbpx

ବୟସ୍କ ବ୍ୟକ୍ତି ଅନଲାଇନରେ କରୁଥିଲେ ଟିକେଟ କ୍ୟାନସେଲ, କଟିିଗଲା ୪ ଲକ୍ଷ ଟଙ୍କା, ଆପଣ ବି ସାବଧାନ ରୁହନ୍ତୁ

ନୂଆଦିଲ୍ଲୀ: ଜଣେ ୭୮ ବର୍ଷୀୟ ବ୍ୟକ୍ତିଙ୍କୁ ଟ୍ରେନ ଟିକେଟ କ୍ୟାନସେଲ କରିବା ଭାରି ପଡିଛି । ଲମ୍ବା ଧାଡିରେ ଛିଡା ହୋଇ ଟିକେଟ କ୍ୟାନସେଲ କରିବା ପରିବର୍ତ୍ତେ ଅନଲାଇନରେ କ୍ୟାନସେଲ କରିଦେବାକୁ ଉଚିତ ମଣିଥିବା ଏହି ବୟସ୍କ ବ୍ୟକ୍ତି ଏକ ବଡ ଧରଣର ସ୍କାମର ଶିକାର ହୋଇ ୪ ଲକ୍ଷ ଟଙ୍କା ହରାଇ ଦେଇଛନ୍ତି ।

ଏହି ବୟସ୍କ ବ୍ୟକ୍ତି ଜଣକ ଆଇଆରସିଟିସି ୱେବସାଇଟରେ ସର୍ଚ୍ଚ କରି ଏକ ନକଲି ୱେବସାଇଟରେ ଯାଇ ପହଞ୍ଚିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ ବୟସ୍କ ବ୍ୟକ୍ତି ଜଣକ ନିଜ ଟ୍ରେନ ଟିକେଟ କ୍ୟାନସେଲ କରିବା ଲାଗି ଉପଲବ୍ଧ ୱେବସାଇଟର ସାହାରା ନେଇଥିଲେ । ଏହାପରେ ନିଜକୁ ରେଳ କର୍ମଚାରୀ କହୁଥିବା ଜଣେ ବ୍ୟକ୍ତି ଏହି ବ୍ୟକ୍ତିଙ୍କୁ କଲ୍ କରି ପଚାରିଥିଲେ କି ସେ ହିନ୍ଦୀ କିମ୍ବା ଇଂରାଜୀ କହିପାରନ୍ତି କି ? ଏହାପରେ ଟିକେଟ କ୍ୟାନସେଲ କରିବାକୁ ସେ ବୟସ୍କ ବ୍ୟକ୍ତିଙ୍କୁ ଇନଷ୍ଟ୍ରକସନ ଦେଇଥିଲେ । ବୟସ୍କ ବ୍ୟକ୍ତି ଜଣକ ସ୍କାମର୍ସ ଦ୍ୱାରା ଦିଆଯାଇଥିବା ଇନଷ୍ଟ୍ରକସନ ଅନୁଯାୟୀ କାମ କରିଥିଲେ । ଏହାପରେ ସ୍କ୍ରିନରେ ନୀଳ ରଙ୍ଗର ଲୋଗୋ ନଜର ଆସିଥିଲା ଓ ଡିଭାଇସର ନିୟନ୍ତ୍ରଣ ସ୍କାମର୍ସ ହାତକୁ ଚାଲିଯାଇଥିଲା ।

ଏହା ବ୍ୟତିତ ବୟସ୍କ ବ୍ୟକ୍ତି ଜଣକ ସ୍କାମର୍ସକୁ ନିଜର ବ୍ୟାଙ୍କ ଡିଟେଲସ୍ ସହିତ ଏଟିଏମ କାର୍ଡ ନମ୍ବର ସେୟାର କରିଦେଲେ । ଏହାପରେ ସ୍କାମର ୟୁଜର୍ସଙ୍କ ଫୋନରେ ଭାଇରସ୍ ଇନଷ୍ଟଲ କରିଦେଲେ ଓ ମୋବାଇଲକୁ ରିମୋଟ ଆକ୍ସେସରେ ନେଇଗଲେ । ୟୁଜର୍ସ ମୋବାଇଲରୁ ଡାଟା, ବ୍ୟାଙ୍କ ଡିଟେଲସ ଓ ଓଟିପି ଆକ୍ସେସ କରିନେଲା ସ୍କାମର । କିଛି ସମୟ ପରେ ବୟସ୍କ ବ୍ୟକ୍ତିଙ୍କୁ ବ୍ୟାଙ୍କ ପକ୍ଷରୁ ଏକ ମେସେଜ୍ ଆସିଥିଲା ଯେ, ତାଙ୍କ ଆକାଉଣ୍ଟରୁ ୪, ୦୫, ୯୧୯ ଟଙ୍କା କଟିଯାଇଛି । ଏହାପରେ ସେ ଜାଣିଲେ ଯେ, ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି ବୋଲି । ବ୍ୟକ୍ତି ଜଣକ ପୋଲିସରେ ଏ ନେଇ ଅଭିଯୋଗ କରିଥିଲେ । ସାଇବର ସେଲ ପକ୍ଷରୁ ଜଣାଯାଇଛି ସ୍କାମର ରେଷ୍ଟ ଡେସ୍କ ନାମକ ଆପ ମାଧ୍ୟମରେ ବୟସ୍କ ବ୍ୟକ୍ତିଙ୍କ ମୋବାଇଲ୍ ଆକ୍ସେସ କରି ତାଙ୍କୁ ଚୂନ ଲଗାଇଛି ।

Get real time updates directly on you device, subscribe now.