ନୂଆଦିଲ୍ଲୀ: ପୂର୍ବରୁ ଆଧାରକୁ ପାନ କାର୍ଡ ସହ ସଂଯୁକ୍ତ କରିବା ଜରୁରୀ କରାଯାଇଥିଲା । ଏବେ ସରକାର ଆଧାରକୁ ଭୋଟର ଆଇଡି କାର୍ଡ ସହ ଲିଙ୍କ କରିବା ଜରୁରୀ କରିଦେଇଛନ୍ତି । ଏହି ନିଷ୍ପତ୍ତି ପରେ ଜଣେ ନାଗରିକଙ୍କ ଗୋଟିଏ ଭୋଟର ଆଇଡି କାର୍ଡ ରହିବ ଓ ନକଲି ଆଇଡି କାର୍ଡ ଆପେ ଆପେ ରଦ୍ଦ ହୋଇଯିବ । ଏ ନେଇ ସରକାର ନୋଟିଫିକେସନ ମଧ୍ୟ ଜାରି କରିଛନ୍ତି ।
Empowering every voter!
Hon’ble PM Sh @narendramodi ji’s govt.’s historic step to reform the electoral process.
In consultation with the Election Commission of India, Govt. has issued four notifications under The Election Laws (Amendment) Act, 2021.#8YearsOfSeva pic.twitter.com/BIqkc5qQXX— Kiren Rijiju (@KirenRijiju) June 17, 2022
ଆଇନ ମନ୍ତ୍ରୀ କିରେନ ରିଜ୍ଜୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଆଇନମନ୍ତ୍ରୀ କିରେନ ରିଜ୍ଜୁ ଏ ନେଇ ତାଙ୍କ ଟ୍ୱିଟରରେ ଏକ ଚାର୍ଟ ସେୟାର କରିଛନ୍ତି । ଯେଉଁଥିରେ ମତଦାତା ସୂଚୀ ଡାଟାକୁ ଆଧାର ସହ ସଂଯୁକ୍ତ କରାଗଲେ ଜଣେ ବ୍ୟକ୍ତି ଦ୍ୱାରା ବିଭିନ୍ନ ସ୍ଥାନରେ ମତଦାତା ପତ୍ରର ଉପଯୋଗ କରାଯାଇପାରିବ ବୋଲି ଉଲ୍ଲେଖ କରିଛନ୍ତି । ନିର୍ବାଚନ ପ୍ରକ୍ରିୟା ସୁଧାରରେ ମୋଦି ସରକାର ଏହି ଐତିହାସିକ ପଦକ୍ଷେପ ନେଇଥିବା ଆଇମନ୍ତ୍ରୀ କହିଛନ୍ତି ।