fbpx

ଆହାର କେନ୍ଦ୍ରରେ ଖାଦ୍ୟ ମାନ ଯାଞ୍ଚ କଲେ କଟକ ମେୟର ସୁବାସ ସିଂ, ରବିବାର ଆହର ସେଣ୍ଟର ଖୋଲିବାକୁ କରିବେ ଉଦ୍ୟମ

Advertisement

କଟକ(ଭାସ୍କର ନ୍ୟୁଜ୍‌): ଶିଶୁ ଭବନ ଆହାର କେନ୍ଦ୍ରରେ ନବ ନିର୍ବାଚିତ କଟକ ମହାନଗର ନିଗମର ମେୟର ସୁବାସ ସିଂ ଖାଦ୍ୟର ମାନ ଯାଞ୍ଚ କରିଥିଲେ । ଆହାର କେନ୍ଦ୍ର ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଏକମାତ୍ର ମାଧ୍ୟମ ସାଜିଥିବାରୁ ରବିବାର ଆହାର କେନ୍ଦ୍ର ଖୋଲିବା ପାଇଁ ସେ ଉଦ୍ୟମ କରିବେ ବୋଲି ଶ୍ରୀ ସିଂ କହିଛନ୍ତି । ପୂର୍ବ ଭାରତର ସର୍ବ ବୃହତ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ସର୍ଦ୍ଦାର ବଲ୍ଲଭ ଭାଇ ଶିଶୁ ଚିକିତ୍ସା ପ୍ରତିଷ୍ଠାନ । ସାରା ଓଡିଶାର ଶିଶୁ ରୋଗୀଙ୍କ ସମେତ ପଡ଼ୋଶୀ ରାଜ୍ୟର ଶିଶୁ ରୋଗୀ ଏହି ହସ୍ପିଟାଲ ଉପରେ ନିର୍ଭର କରନ୍ତି । ଆହାର କେନ୍ଦ୍ର ଏହି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଏକମାତ୍ର ମାଧ୍ୟମ ସାଜିଛି । ତେବେ ରବିବାର ଦିନ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ଲୋକମାନେ ସମସ୍ୟା ଭୋଗୁଛନ୍ତି । ଏଣୁ ରବିବାର ଆହାର କେନ୍ଦ୍ର ଖୋଲିବା ପାଇଁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି । ଏହାସହ ରାଜ୍ୟରେ ୧୫୮ ଟି ଆହାର କେନ୍ଦ୍ର ଥିବା ବେଳେ ଦୈନିକ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହେଉଛନ୍ତି । ତେବେ କଟକରେ ଆହୁରି ମିଲ ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିବାକୁ ସେ କହିଛନ୍ତି।

Get real time updates directly on you device, subscribe now.