fbpx

ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର: Airports Authority of India ପକ୍ଷରୁ ବାହାରିଲା ନିଯୁକ୍ତି ସୁଯୋଗ

ଓଡ଼ିଶା ଭାସ୍କର: ଚାକିରୀ ଆଶାୟୀଙ୍କ ପାଇଁ ଏକ ଖୁସି ଖବର ଆସିଛି। କାରଣ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(AAI) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ ମୋଟ୍ ୪୯୦ଟି ପଦଦୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ବିଭିନ୍ନ ଶାଖାରେ ଏହି ନିଯୁକ୍ତି ମିଳିବ। ତେବେ ଏହି ନିଯୁକ୍ତି ମାଧ୍ୟମରେ ଜୁନିଅର ଏକ୍‌ଜିକ୍ୟୁଟିଭ୍ ପଦବୀ ପୂରଣ ହେବ। ଆସନ୍ତା ୨ ଏପ୍ରିଲ୍ ୨୦୨୪ରୁ ଅନ୍‌ଲାଇନରେ ଆବେଦନ ଆରମ୍ଭ ହୋଇ ୧ ମେ’ ୨୦୨୪ରେ ଶେଷ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ AAIର ଅଫିସିଆଲ୍ ୱେବ୍‌ସାଇଟ୍ www.aai.aero.କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏଥିପାଇଁ ସର୍ବାଧିକ ୨୭ ବର୍ଷ ବୟସସୀମା ରହିଛି। ବୟସ ଗଣନା ୦୧/୦୫/୨୦୨୪ ଅନୁସାରେ ହେବ ବୋଲି ସୂଚନା ଦିଆଯାଇଛି। କିନ୍ତୁ SC/ST/ OBC କ୍ଷେତ୍ରରେ ବୟସ କୋହଳ ଅଛି।

କେଉଁଥି ପାଇଁ କେଉଁ ପଦବୀ ଖାଲି ରହିଛି:-
ଜୁନିଅର ଏଜୁକ୍ୟୁଟିଭ୍  (ଆର୍କିଟେକ୍ଚର) – ୩ଟି ପୋଷ୍ଟ୍‌
ଜୁନିଅର ଏଜୁକ୍ୟୁଟିଭ୍ (ଇଞ୍ଜିନିୟରିଂ-ସିଭିଲ୍) – ୯୦ଟି ପୋଷ୍ଟ୍
ଜୁନିଅର ଏଜୁକ୍ୟୁଟିଭ୍ (ଇଞ୍ଜିନିୟରିଂ-ଇଲେକ୍ଟ୍ରିକାଲ୍) – ୧୦୬ଟି ପୋଷ୍ଟ୍
ଜୁନିଅର ଏଜୁକ୍ୟୁଟିଭ୍ (ଇଲେକ୍ଟ୍ରୋନିକ୍ସ) – ୨୭୮ଟି ପୋଷ୍ଟ୍
ଜୁନିଅର ଏଜୁକ୍ୟୁଟିଭ୍  (ସୂଚନା ପ୍ରଯୁକ୍ତିବିଦ୍ୟା) – ୧୩ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
ଆବେଦନ ପାଇଁ ପ୍ରାର୍ଥୀଙ୍କୁ ଉପରସ୍ତ କୌଣସି ବିଭାଗରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରିଥିବା ଆବଶ୍ୟକ।

ଆବେଦନ ଶୁଳ୍କ:-
SC/ST/PwBD – ଦେୟ ମୁକ୍ତ
ଅନ୍ୟମାନେ – ୩୦୦ ଟଙ୍କା
ଅଧିକ ସୂଚନା ପାଇଁ ଅଫିସିଆଲ୍ ସାଇଟ୍ www.aai.aero ଭିଜିଟ୍ କରନ୍ତୁ

 

Get real time updates directly on you device, subscribe now.