fbpx
BSKY SKY
BSKY SKY

ଗୁଜରାଟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ‘AAP’: କେଜ୍ରିୱାଲ କହିଲେ- ୭୩ % ଲୋକଙ୍କର ପସନ୍ଦ, ଜାଣନ୍ତୁ କିଏ ?

BSKY

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ଏହାରି ମଧ୍ୟରେ ଆଜି ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି ବା ‘ଆପ୍’ । ଇସୁଦାନ ଗଢୱୀ ହୋଇଛନ୍ତି ‘ଆପ୍’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଇସୁଦାନ ଗଢୱୀଙ୍କ ନାଁ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଇସୁଦାନ ଗଢୱୀ ୭୩ ପ୍ରତିଶତ ଲୋକଙ୍କ ପସନ୍ଦ ବୋଲି କେଜ୍ରିୱାଲ କହିଛନ୍ତି ।

ତେବେ ୨୯ ଅକ୍ଟୋବରରେ କେଜ୍ରିୱାଲ ସୁରତରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପଚାରିଥିଲେ କି, ଆପଣମାନେ କାହାକୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛ ? ଗୁଜରାଟରେ ‘ଆପ୍’ ର ମୁଖ୍ୟମନ୍ତ୍ରୀ ପଦ ପାଇଁ ପାଟିଦାର ନେତା ଗୋପାଳ ଇଟାଲିଆ, ଅଳ୍ପେଶ କଥେରିଆ, କଂଗ୍ରେସ ଛାଡ଼ି ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିବା ଇନ୍ଦ୍ରନୀଲ ରାଜ୍ୟ ଗୁରୁ, ମନୋଜ ସୁରଥିଆଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । କିନ୍ତୁ କେଜ୍ରିୱାଲ ଜନତାଙ୍କ ଦ୍ୱାରା ମଗାଯାଇଥିବା ରାୟର ଆଧାରରେ ପୂର୍ବ ସାମ୍ବାଦିକ ଇସୁଦାନ ଗଢୱୀଙ୍କ ନାଁ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.