fbpx
BJD SKY
BJD SKY

ଅର୍ଥ କେମିତି ସୁରକ୍ଷିତ ରଖିବେ କ୍ରିପ୍ଟୋ ୱାଲେଟରେ..

BJD

ନୂଆଦିଲ୍ଲୀ: ଦେଶ ଓ ବିଦେଶରେ କ୍ରିପ୍ଟୋ କରେନ୍ସିର ବହୁ ଚର୍ଚ୍ଚା ଚାଲିଆସୁଛି । କ୍ରିପ୍ଟୋ ହେଉଛି ଏକ ଡିଜିଟାଲ କରେନ୍ସି ଯେଉଁଟା ଆଲଗୋରିଦିମ ବା ମ୍ୟାଥମେଟିକାଲ ମଡେଲ ମାଧ୍ୟମରେ ଚାଲେ । ତାର ଗୋଟେ ୟୁନିଟର ମୂଲ୍ୟ ସର୍ବଦା ବଢୁଥାଏ ପୁଣି କମୁ ମଧ୍ୟ ଥାଏ । ସମ୍ଫୂର୍ଣ୍ଣ ରୂପେ କହିବାକୁ ଗଲେ ଏହା ଏକ ଆନ୍ତର୍ଜାତୀୟ କରେନ୍ସି । କ୍ରିପ୍ଟୋ ୱାଲେଟ ହେଉଛି ଏକ ଡିଜିଟାଲ ୱାଲେଟ ଯାହା ଦ୍ୱାରା ମୋବାଇଲ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ଚାଲିଥାଏ । ଏହା ଏକ ମୋବାଇଲ ଆପ । ଏହି କ୍ରିପ୍ଟୋ ୱାଲେଟରେ ଡିଜିଟାଲ ଧନ ସୁରକ୍ଷିତ ରହି ପାରିବ । ଯେଉଁମାନେ କେବଳ ଏହି ଆପ ରଖିଥିବେ କେବଳ ସେହି ଜାଗାରେ ଆପଣ ଏହି କରେନ୍ସିକୁ ବ୍ୟବହାର କରିପାରିବେ ।

ତେବେ ଏହି ଆପ ଡାଉନଲୋଡ଼ କରିସାରିବା ପରେ ସ୍କ୍ରିନରେ ବିଭିନ୍ନ ପ୍ରଶ୍ନ ଆପଣଙ୍କୁ ସାମ୍ନା କରିବାକୁ ପଡିବ । ସେହି ପ୍ରଶ୍ନର ସୋପାନକୁ ଅତିକ୍ରମ କରିସାରିବା ପରେ ଆପଣଙ୍କୁ କିଛି ଏମାଉଣ୍ଟ ଜମା କରିବାକୁ ପଡିବ । ତାହାପରେ ସେଠାରେ ଆପଣ ଯେତେ ୟୁନିଟ ରଖିବେ ତାହା ସାହାଯ୍ୟରେ ଆପଣ ବାହାର ଦେଶ ଗୁଡ଼ିକରେ ମଧ୍ୟ ଖର୍ଚ୍ଚ କରିପାରିବେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସରକାର ଏହାକୁ ଆଇନଗତ ଭାବେ ଗ୍ରହଣ କରିନାହାନ୍ତି । ସେଥିରେ ଯଦି ଆପଣ ବ୍ୟବହାର କରି ଲାଭ ପାଆନ୍ତି ତେବେ ସେଥିରୁ ୩୦% ଟାକ୍ସ ଲାଗିବ ବୋଲି ଆଲୋଚନା କରାଯାଇଛି ।

Get real time updates directly on you device, subscribe now.