fbpx

ଭାରତୀୟ ଡାକ ବିଭାଗର ୯୮୦୮୩ ପଦବୀରେ ବମ୍ପର ନିଯୁକ୍ତି: Postman, MTS & Mail Guard ପାଇଁ କରନ୍ତୁ ଆବେଦନ, ଜାଣନ୍ତୁ ଓଡ଼ିଶାରେ କେତେ ପୋଷ୍ଟ ?

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସିଖବର । ସଂଚାର ମନ୍ତ୍ରଣାଳୟ ବିଭାଗ ଅଧୀନ ଡାକ ବିଭାଗରେ ୯୮୦୮୩ ଖାଲି ପଦବି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏଥି ମଧ୍ୟରୁ ୫୯୦୯୯ ପଦବି ପୋଷ୍ଟାଲ ପାଇଁ, ୧୪୪୫ ମେଲ୍ ଗାର୍ଡ ଆଉ ଅନ୍ୟଗୁଡିକ ମଲ୍ଟି ଟ୍ୟାକ୍ସିଂ ପଦବି ପାଇଁ ବୋଲି ଜଣାଯାଇଛି । ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନେ ପୋଷ୍ଟଅଫିସ ରିକ୍ରୁଟମେଣ୍ଟ ୨୦୨୨ ଅନୁଯାୟୀ ଆବେଦନ କରିପାରିବେ ।

ନିକଟରେ ପୋଷ୍ଟ ଅଫିସ ରିକ୍ରୁଟମେଣ୍ଟ ନୋଟିଫିକେସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ଯେଉଁ ଛାତ୍ରଛାତ୍ରୀ ୧୦ମ/୧୨ଶ ପରୀକ୍ଷା ପାସ କରି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି,ସେମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଜାଣିବା ପାଇଁ ପୋଷ୍ଟ ଅଫିସ ଭାକାନ୍ସି ୨୦୨୨ ଅଫିସିଆଲ ୱେବସାଇଟକୁ ଚେକ୍ କରନ୍ତୁ ।

ବୟସ : ଏହି ପଦବିରେ ଆବେଦନ କରିବା ପାଇଁ ବୟସ ସୀମା ୧୮ ରୁ ୩୨ ବର୍ଷ ବୟସ ମଧ୍ୟରେ ହେବା ଦରକାର । ତେବେ ଏସସି,ଏସଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ, ଓବିସିଙ୍କ ପାଇଁ ୩ ବର୍ଷ କୋହଳ କରାଯାଇଛି । ଅନ୍ୟ କାଟେଗୋରୀରେ କୋହଳ ପାଇଁ ପୁରା ବିବରଣୀ ଦେଖନ୍ତୁ ।

post office recruitment
ମୋଟ ଖାଲି ପଦବୀ –୯୮୦୮୩,

ପଦବି – ପୋଷ୍ଟ ମ୍ୟାନ, ମେଲ ଗାର୍ଡ

ଆବେଦନ ପ୍ରକ୍ରିୟା- ଅନଲାଇନ

ସିଲେକସନ ପ୍ରୋସେସ – ମେରିଟି ଅନୁଯାୟୀ

ଚାକିରି ସ୍ଥାନ – ଦେଶର ୨୩ ସର୍କଲ ଭିତରେ

ଦରମା – ପୋଷ୍ଟମ୍ୟାନ(୩୫,୩୭୦ ଟଙ୍କା),ମେଲ ଗାର୍ଡ(୩୩,୭୧୮ ଟଙ୍କା)

ଅନ୍‌ଲାଇନ ଫର୍ମ – indiapost.gov.in

ନୋଟିଫିକେସନ ରିଲିଜ ଡେଟ୍‌- ଅଗଷ୍ଟ ୨୦୨୨(୪ର୍ଥ ସପ୍ତାହ)

ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ- ବିଜ୍ଞପ୍ତି ପ୍ରକାଶ ପାଇବ

ଆବେଦନ ଫି – ୧୦୦ ଟଙ୍କା (ଏସସି,ଏସଟି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ନାହିଁ )

ଆବେଦନ ଫି ଦେବାର ଶେଷ ତାରିଖ- ବିଜ୍ଞପ୍ତି ପ୍ରକାଶ ପାଇବ

ଆବେଦନ କରିବା ପାଇଁ ପୋଷ୍ଟ ଅଫିସିଆଲ ୱେବସାଇଟ www.indiapost.gov.in ରେ କ୍ଲିକ୍‌ କରନ୍ତୁ ।

 

 

Get real time updates directly on you device, subscribe now.