ଚଳନ୍ତା ‘ଆମ ବସ୍‌’ରେ ଲାଗିଗଲା ନିଆଁ, ଜାଣନ୍ତୁ କେମିତି ଅଛନ୍ତି ଯାତ୍ରୀ

ଆମ ବସରେ ଲାଗିଗଲା ନିଆଁ

ଖୋର୍ଦ୍ଧା: ଗଡ଼ଖୋର୍ଦ୍ଧା ଛକରେ ଆମ ବସ୍ ଜଳିଯାଇଥିବା ଘଟଣା ସାମ୍ନାକୁ ଆସିଛି। ବସ୍‌ଟି ଯାତ୍ରିଙ୍କୁ ଧରି ଚାଲିଥିବା ବେଳେ ନିଆଁ ଲାଗିଯାଇଛି ବୋଲି ଜଣାପଡ଼ିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

ସୂଚନାନୁଯାୟୀ, ଆମ ବସରେ ନିଆଁ ଲାଗିବା ମାତ୍ରେ ଯାତ୍ରୀଙ୍କୁ ତଳକୁ ଓହ୍ଲା ଯାଇ ବସ୍‌କୁ ଖାଲି କରାଗଲା। ସବୁଠୁ ଆଶ୍ୱସ୍ତିକର ଘଟଣା ହେଉଛି, ବସରେ ନିଆଁ ଲାଗିବା ଯୋଗୁଁ କୌଣସି ବି ଯାତ୍ରୀ ଆହତ ହୋଇନାହାନ୍ତି। ବସରୁ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚିଛି।