fbpx

ପଞ୍ଜାବ ଉପନିର୍ବାଚନ: ଜଳନ୍ଧର ପଶ୍ଚିମ ବିଧାନସଭା ଆସନରେ AAP ପ୍ରାର୍ଥୀ ବିଜୟୀ

ନୂଆଦିଲ୍ଲୀ: ଦେଶର ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନ ପାଇଁ ଆଜି ଭୋଟ ଗଣତି ଚାଲିଛି । ଗତ ୧୦ ତାରିଖରେ ଏହି ସମସ୍ତ ଆସନଗୁଡ଼ିକରେ ଉପନିର୍ବାଚନ ହୋଇଥିଲା । ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ତେବେ ଏହା ମଧ୍ୟରେ ପଞ୍ଜାବର ଜଳନ୍ଧର ପଶ୍ଚିମ ବିଧାନସଭା ଆସନର ଫଳାଫଳ ସାମ୍ନାକୁ ଆସିଛି । ଆମ୍ ଆଦମୀ ପାର୍ଟି (ଆପ) ପ୍ରାର୍ଥୀ ମହିନ୍ଦର ଭଗତ ୩୭ ହଜାର ୩୨୫ଟି ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ମହିନ୍ଦର ତାଙ୍କର ନିକଟମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ଶୀତଲ ଅଙ୍ଗୁରାଲଙ୍କୁ ୧୭,୯୨୧ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ସୁରିନ୍ଦର କୌରଙ୍କୁ ୧୬,୭୫୭ଟି ଭୋଟ ମିଳିଛି ।

ପଞ୍ଜାବର ଜଳନ୍ଧର ପଶ୍ଚିମ ବିଧାନସଭା ଆସନର ଉପନିର୍ବାଚନରେ ୬୪ ବର୍ଷୀୟ ଭଗତ ବିଜୟୀ ହୋଇଛନ୍ତି । ଏହି ଆସନ ପାଇଁ ବିଜେପି ଶୀତଲ ଅଙ୍ଗୁରାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସୁରିନ୍ଦର କୌରଙ୍କୁ ପ୍ରାର୍ଥୀ କରିଥିଲା । ଏହି ଆସନଟି ଅନୁସୂଚିତ ଜାତି (ଏସସି) ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଥିଲା । ଗତ ମାର୍ଚ୍ଚ ମାସ ୨୮ ତାରିଖରେ ଆପ୍ ବିଧାୟକ ପଦ ଶୀତଲ ଅଙ୍ଗୁରାଲ ବିଜେପିରେ ସାମିଲ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଜୁନ ୩ରେ ଶୀତଲ ପଞ୍ଜାବ ବିଧାନସଭାର ବାଚସ୍ପତିଙ୍କୁ ଚିଠ ଲେଖି ତାଙ୍କର ଇସ୍ତଫା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ମାତ୍ର ତାଙ୍କର ଆବେଦନ ଗ୍ରହଣ ଯୋଗ୍ୟ ନ ହେବାରୁ ଏହି ଆସନ ପାଇଁ ଉପନିର୍ବାଚନ ହୋଇଥିଲା ।

Get real time updates directly on you device, subscribe now.