fbpx

ସୁପ୍ରିମକୋର୍ଟରେ ପୁନର୍ବିଚାର ପିଟିସନ ଦାଖଲ କଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଆମ୍ ଆଦମୀ ଦଳର ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୁଧବାର (୨୯ ନଭେମ୍ବର) ଦିନ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଜାମିନ ନ ପାଇବା ପରେ ସେ ଏହି ପିଟିସନ ଦାଖଲ କରିଛନ୍ତି। ଅକ୍ଟୋବର ୩୦ ରେ, ସୁପ୍ରିମକୋର୍ଟ ତାଙ୍କୁ ମଦ ନୀତି ମାମଲାରେ ଜାମିନ ଦେବାକୁ ମନା କରିଦେଇଥିଲେ। କୋର୍ଟ କହିଛନ୍ତି ଯେ, ଅନୁସନ୍ଧାନକାରୀ ସଂସ୍ଥା ୩୩୮ କୋଟି ଟଙ୍କାର କାରବାର ପ୍ରମାଣ କରିବାରେ ସକ୍ଷମ ହୋଇଛି। ଏଭଳି ପରିସ୍ଥିତିରେ ତାଙ୍କୁ ବର୍ତ୍ତମାନ ଜାମିନ ପ୍ରଦାନ କରାଯାଇପାରିବ ନାହିଁ।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି ନିମ୍ନ ଅଦାଲତରେ ମାମଲା ୬ ମାସ ମଧ୍ୟରେ ଶେଷ ନହୁଏ, ତେବେ ମନୀଷ ସିସୋଦିଆ ପୁଣି ଜାମିନ ଆବେଦନ କରିପାରିବେ। ଅନ୍ୟପକ୍ଷରେ, ଦିଲ୍ଲୀର ଏକ୍ସାଇଜ୍ ପଲିସି ମାମଲାରେ ସିସୋଦିଆଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ମଧ୍ୟ ଅଶ୍ଵସ୍ତି ମିଳି ନଥିଲା। ଡିସେମ୍ବର ୧୧ ପର୍ଯ୍ୟନ୍ତ କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଥିଲେ। କୋର୍ଟ କହିଛନ୍ତି ଯେ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପକ୍ଷରୁ ଏପର୍ଯ୍ୟନ୍ତ ଅନେକ ଡକ୍ୟୁମେଣ୍ଟ ଦାଖଲ କରାଯାଇ ନାହିଁ। ଓକିଲମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି କୋର୍ଟ କହିଛନ୍ତି ଯେ ଶୀଘ୍ର ୨୦୭ CrPC ଲାଗୁ କରାଯାଉ, ଯାହାଦ୍ୱାରା ଶୁଣାଣି ଆରମ୍ଭ ହୋଇପାରିବ।

ଏହାପୂର୍ବରୁ ଅକ୍ଟୋବର ୧୭ ରେ ସୁପ୍ରିମକୋର୍ଟ ଇଡିଙ୍କୁ କହିଥିଲେ ଯେ, ଯଦି ଦିଲ୍ଲୀର ଏକ୍ସାଇଜ୍ ପଲିସି ବଦଳାଇବା ପାଇଁ ଦିଆଯାଇଥିବା ଲାଞ୍ଚ ଅପରାଧିକ ଅପରାଧର ଅଂଶ ନୁହେଁ, ତେବେ ସିସୋଦିଆ ବିରୋଧରେ ଟଙ୍କା ହେରଫେର ମାମଲା ପ୍ରମାଣ କରିବା କଷ୍ଟକର ହେବ।

Get real time updates directly on you device, subscribe now.