fbpx

ଆଇପିଏଲରେ ଖେଳିବେ ଆରୋନ୍ ଫିଞ୍ଚ: ହେଲ୍ସଙ୍କ ସ୍ଥାନରେ କିଣିଲା କେକେଆର

ନୂଆଦିଲ୍ଳୀ: ଅଷ୍ଟ୍ରେଲୀୟ କ୍ରିକେଟ ଦଳର ଅଧିନାୟକ ଆରୋନ ଫିଞ୍ଚ ଆଇପିଏଲ ଖେଳିବାକୁ ଯାଉଛନ୍ତି । ଆଲେକ୍ସ ହେଲ୍ସଙ୍କ ରିପ୍ଲେସମେଣ୍ଟ ଭାବରେ ଫିଞ୍ଚ କେକେଆର ପକ୍ଷରୁ ଖେଳିବାକୁ ଯାଉଛନ୍ତି । ବାୟୋ ବବଲ ସମସ୍ୟା କାରଣରୁ ହେଲ୍ସ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ । ଶୁକ୍ରବାର ହେଲ୍ସଙ୍କ ସ୍ଥାନରେ ୧.୫ କୋଟି ବ୍ୟୟରେ କେକେଆର ଦଳରେ ଯୋଗ ଦେଇଛନ୍ତି ଫିଞ୍ଚ ।

ଅଷ୍ଟ୍ରେଲିଆର ବିଶ୍ୱକପ୍ ବିଜୟୀ ଅଧିନାୟକ ଆରୋନ ଫିଞ୍ଚ ୮୮ଟି ଆନ୍ତର୍ଜାତୀୟ ମୁକାବିଲା ଖେଳିଛନ୍ତି । ୮୮ଟି ମୁକାବିଲାରୁ ୨ଟି ଶତକ ଓ ୧୫ ଅର୍ଦ୍ଧଶତକ ସହିତ ୨୬୮୬ ରନ କରିଛନ୍ତି ଫିଞ୍ଚ । ଅନ୍ୟ ପକ୍ଷରେ ଫିଞ୍ଚ ୮୭ଟି ଆଇପିଏଲ ମୁକାବିଲା ଖେଳିଛନ୍ତି । ୮୭ ମୁକାବିଲାରେ ୨ ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି ଫିଞ୍ଚ । ଦୁଇ ଦୁଇ ଥର ଚାମ୍ପିୟନ କେକେଆର ମାର୍ଚ୍ଚ ୨୬ ତାରିଖରେ ସିଏସକେ ବିପକ୍ଷରୁ ନିଜର ଅଭିଯାନ ଆରମ୍ଭ କରିବ ।

Get real time updates directly on you device, subscribe now.