fbpx

ମାଲକାନଗିରି ପୋଲିସକୁ ବଡ଼ ସଫଳତା: ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ

ମାଲକାନଗିରି ଏସ.ପି. ଓ ବିଏସଏଫ ଡି.ଆଇ.ଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜଣେ ହାର୍ଡକୋର ମାଓବାଦୀ । ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ଏରିଆ କମିଟି ମେମ୍ବର ବନ୍ତଲା ରାଜୁ ଓରଫ ସାଗର ମାଓ ସଂଗଠନ ଛାଡି ଆଜି ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି । ସାଗରଙ୍କ ମୁଣ୍ଡ ଉପରେ ପୁର୍ବରୁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

୨୦୧୬ ମସିହାରେ ଏ.ଓ.ବି ନକ୍ସଲ ସଙ୍ଗଠନରେ ଯୋଗ ଦେଇଥିବା ସାଗର ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ବେଶ ସକ୍ରିୟ ରହିଥିବା ବେଳେ ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଅନେକ ହିଂସା କାଣ୍ଡରେ ଜଡିତ ଥିଲେ । ସ୍ଵାଭିମାନ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ସହ ସେଠାରେ ସରକାରଙ୍କ ଉନ୍ନୟନ ମୁଳକ କାର୍ୟ୍ୟ ତିବ୍ର ଗତିରେ ଚାଲୁଥିବାରୁ ସାଗର ମାଓ ସଙ୍ଗଠନ ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରିଥିବା ନେଇ କହିଛନ୍ତି ବିଏସଏଫ ଡିଆଇଜି ସୁନୀଲ କୁମାର ସିହ୍ନା । ଅନ୍ୟ ପଟେ ଆତ୍ମସମର୍ପଣ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ତାଙ୍କୁ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସପି କହିଛନ୍ତି ।

Get real time updates directly on you device, subscribe now.