fbpx

RCB ପ୍ରଶଂସକଙ୍କ ପାଇଁ ଖୁସିଖବର, ଆସନ୍ତା IPLରେ ପ୍ରତ୍ୟାବର୍ତ୍ତନ କରିବେ ଏବି ଡିଭିଲିୟର୍ସ

ନୂଆଦିଲ୍ଲୀ: ଏବି ଡିଭିଲିୟର୍ସ ଏମିତି ଜଣେ କ୍ରିକେଟର ଯାହାଙ୍କ ସମଗ୍ର ବିଶ୍ଵର କୋଣ ଅନୁକୋଣରେ ପ୍ରଶଂସକ ଅଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କଥା ଯେବେ ଆସିଥାଏ ତେବେ ବିରାଟ କୋହଲିଙ୍କ ସହିତ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟସମ୍ୟାନ ଏବି ଡିଭିଲିୟର୍ସଙ୍କ ନାମ ସର୍ବଦା ମନକୁ ଆସିଥାଏ। ହେଲେ ଡିଭିଲିୟର୍ସ ଗତ ବର୍ଷ ସବୁ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରିଥିଲେ। ତେଣୁ ସେ ଆଇପିଏଲ ୨୦୨୨ରେ ନଜର ଆସିନଥିଲେ। ହେଲେ ଏହା ମଧ୍ୟ ବେଙ୍ଗାଲୁରୁ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର। ଆସନ୍ତା ବର୍ଷ ଆଇପିଏଲରେ ଏବି ଡିଭିଲିୟର୍ସଙ୍କୁ ଦେଖିବାକୁ ମିଳିବ।

ହେଲେ ଡିଭିଲିୟର୍ସ ଏହା ସ୍ପଷ୍ଟ କରି ନାହାନ୍ତି ଯେ, ସେ କେଉଁ ରୂପରେ ଆଇପିଏଲକୁ ପ୍ରତ୍ୟାବର୍ତ୍ତନ କରିବେ। ଡିଭିଲିୟର୍ସ କହିଛନ୍ତି, ମୁଁ ଜାଣି ବହୁତ ଖୁସି ଯେ, ଏହି ଖବର କୋହଲି ସଭିଙ୍କ ସାମ୍ନାରେ ଆଣିଛନ୍ତି। ସତ କହିବାକୁ ଗଲେ ମୁଁ ଅଦ୍ୟାବଧି କିଛି ସ୍ଥିର କରି ନାହିଁ। କିନ୍ତୁ ଏହା ନିଶ୍ଚିତ ଯେ, ମୋତେ ଆସନ୍ତା ଆଇପିଏଲରେ ଆପଣମାନେ ଦେଖି ପାରିବେ।

ସେ ଏହା ମଧ୍ୟ କହିଛନ୍ତି, ମୁଁ ଶୁଣିଛି ଆସନ୍ତା ବର୍ଷ ବେଙ୍ଗାଲୁରୁରେ କିଛି ମ୍ୟାଚ୍ ହୋଇପାରେ। ଏଥିପାଇଁ ମୁଁ ନିଜ ଦ୍ଵିତୀୟ ଗୃହନଗର ଫେରିବା ସହ ପୂରା ଦର୍ଶକ କ୍ଷମତା ସହ ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମକୁ ପୁଣି ଥରେ ଦେଖିବାକୁ ପସନ୍ଦ କରିବି। ମୋତେ ପ୍ରତ୍ୟାବର୍ତ୍ତନ କରିବାରେ ଆନନ୍ଦ ଲାଗିବ ଏବଂ ମୁଁ ଏହି ସମୟକୁ ଅପେକ୍ଷା କରିବି।

 

Get real time updates directly on you device, subscribe now.