ଆଉ ଜଣେ ଟିଭି ଅଭିନେତାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ସଲମାନ ଖାନଙ୍କ ପରେ ଏବେ ଆଉ ଜଣେ ଟିଭି ଅଭିନେତାଙ୍କୁ ହତ୍ୟା ଧମକ ମିଳିଛି। ସେହି ଅଭିନେତା ଜଣ ହେଉଛନ୍ତି ଅଭିନେତ୍ରୀ ରୁବିନା ଦିଲୈକଙ୍କ ସ୍ବାମୀ ଅଭିନବ ଶୁକ୍ଳା। ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଶ୍ନୋଇର ଲୋକ ବୋଲି ପରିଚୟ ଦେଇ କହିଛି ସଲମାନ ଖାନଙ୍କ ଘରେ ଯେପରି ଗୁଳି ମାଡ଼ ହୋଇଥିଲା

ସେହିଭଳି ତାଙ୍କ ଘର ଉପରେ ମଧ୍ୟ କରଯିବ। ଅଭିନବଙ୍କୁ ଇନଷ୍ଟାଗ୍ରାମରେ ମଧ୍ୟ ଧମକପୂର୍ଣ୍ଣ ମେସେଜ ମିଳିଛି। ମେସେଜରେ ଆସିମ ରିୟାଜଙ୍କ ମଧ୍ୟ କଥା କୁହାଯାଇଛି।

ପ୍ରକୃତରେ ବ୍ୟାଟେଲଗ୍ରାଉଣ୍ଡର ସୁଟିଂ ସମୟରେ ଆସିମ ରିୟାଜ ଏବଂ ଅଭିଷେକ ମଲ୍ହାନଙ୍କ ମଧ୍ୟରେ ଝଗଡ଼ା ହୋଇଥଲା। ରୁବିନା ଦିଲୈକ ଯେତେବେଳେ ଝଗଡ଼ା ଅଟକାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ଆସିମ ତାଙ୍କ ଉପରେ ବିଗିଡ଼ି ଥିଲେ।

ଏହା ପରେ ରୁବିନାଙ୍କ ସ୍ବାମୀ ଅଭିନବ ଆସିମଙ୍କୁ ଟାର୍ଗେଟ କରି କରିଥିଲେ। ଯାହା ପରେ ଏହି ମାମଲା ଆହୁରି ତିକ୍ତ ହୋଇଥିଲା। ବ୍ୟାଟେଲଗ୍ରାଉଣ୍ଡରୁ ଆରମ୍ଭ ହୋଇଥିବା ଝଗଡ଼ା, କଣ୍ଟ୍ରେଭର୍ସୀର ରୂପ ନେଇଥିଲା। ଆଉ ଏବେ ଆସିମଙ୍କ ନାଁ ସହ ଅଭିନବଙ୍କୁ ଧମକ ମିଳିଛି।