ଅଭିଶେକ ଶର୍ମାଙ୍କ ଧୂଆଁଦାର ଶତକ, ମଇଦାନରେ କଲେ ରନ୍‌ର ବର୍ଷା

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ ଟିମ ଟସ୍ ଜିତିଛି।

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜର ଶେଷ ପର୍ଯ୍ୟାୟରେ ଅଛି। ଉଭୟ ଟିମଙ୍କ ମଧ୍ୟରେ ଶେଷ ମୁକାବିଲା ମୁମ୍ବାଇର ୱାନଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଉଛି।

ଏହି ମ୍ୟାଚରେ ଇଂଲଣ୍ଡର କ୍ୟାପ୍ଟେନ ଜୋସ ବଟଲର ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଶେଷ ମ୍ୟାଚ ପାଇଁ ଭାରତୀୟ ଟିମର ପ୍ଲେଇଂଗ ଇଲେଭେନରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଅର୍ଶଦୀପ ସିଂହଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ସୁଯୋଗ ମିଳିଛି।

ଅଭିଷେକ ଶର୍ମାଙ୍କ ଧୂଆଁଦାର ଶତକ: ଅଭିଷେକ ଶର୍ମା ମାତ୍ର ୩୭ ବଲରେ ନିଜର ଶତକ ପୂରଣ କରିଛନ୍ତି। ସେ ଭାରତ ପାଇଁ ଟି୨୦ ଇଣ୍ଟରନେସନାଲ କ୍ରିକେଟରେ ସବୁଠୁ ଦ୍ୱିତୀୟ ଧୂଆଁଦାର ଶତକ ଲଗାଇବା ଖେଳାଳି ହୋଇଛନ୍ତି।

ସେ ବର୍ତ୍ତମାନ ନିଜ ପାଳିରେ ୫ଟି ଚୌକା ଏବଂ ୧୦ଟି ଛକା ମାରିଛନ୍ତି। ଅଭିଷେକଙ୍କର ଟି୨୦ ଇଣ୍ଟରନେସନାଲ କ୍ରିକେଟରେ ଏହା ଦ୍ୱିତୀୟ ଶତକ।