fbpx

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଗର୍ଭପାତ ଆଇନ ନେବ ନିର୍ଣ୍ଣାୟକ ଭୂମିକା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ଡିବେଟରେ ଆବର୍ସନ ଲ ବା ଗର୍ଭପାତ ଆଇନ ଏକ ବଡ ମୁଦ୍ଦା ହୋଇଛି । ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସ ସଂଘୀୟସ୍ତରରେ ଗର୍ଭପାତ ଅଧିକାରକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏହା ଉପରେ ନିଷ୍ପତ୍ତି ନେବା ରାଜ୍ୟର ଅଧିକାର ହେବା ଉଚିତ ବୋଲି କହିଛନ୍ତି । ସାରା ଆମେରିକାର ନଜର ଏହି ଲ ଉପରେ ।

 ଆବର୍ସନ ଲ’ କେମିତି ହୋଇଛି ବଡ ମୁଦ୍ଦା ?

୧୯୭୩ରୁ ଆମେରିକାରେ ଗର୍ଭପାତ ଆଇନକୁ ସ୍ୱୀକୃତି ଦିଆଯାଇଥିଲା । ସେତେବେଳେ ସେଠାକାର ସୁପ୍ରିମ କୋର୍ଟ ରୋ ବନାମ ବେଡ ମାମଲାର ଶୁଣାଣି କରି ରାୟ ଦେଇଥିଲେ କି, କୌଣସି ମହିଳାକୁ ତାର ଗର୍ଭ ନଷ୍ଟ କରିବାର ଅଧିକାର ରହିଛି । ଏଥିପାଇଁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାର ଅଧିକାର ଦିଆଯାଇଥିଲା । ଏହି ଆଇନ ଜାତୀୟସ୍ତରରେ ଲାଗୁ କରାଯାଇଥିଲା ।

କିନ୍ତୁ ୨୦୨୨ରେ ପୁଣି ଏହି ଆଇନକୁ ବଦଳାଇ ଦେଇଥିଲେ ସୁପ୍ରିମ କୋର୍ଟ । କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ କି, ଆବର୍ସନକୁ ନେଇ ଆମେରିକାର ଭିନ୍ନ ଭିନ୍ନ ରାଜ୍ୟ ନିଜ ହିସାବରେ ଆଇନ ପ୍ରଣୟନ କରିପାରିବେ । ଏହି ରାୟ ପୂର୍ବରୁ ୧୩ଟି ରାଜ୍ୟ ଗର୍ଭପାତ ଆଇନକୁ ଅବୈଧ ଘୋଷଣା କରି ଗର୍ଭପାତ ଅଧିକାର ମହିଳାଙ୍କଠାରୁ ଛଡାଇ ନେଇସାରିଥିଲେ । ପରେ ସର୍ବୋଚ୍ଚ କୋର୍ଟଙ୍କ ରାୟ ପରେ ଆଉ କିଛି ରାଜ୍ୟ ଏହି ଆଇନ ଉପରେ ଆଂଶିକ ବା ପୂର୍ଣ୍ଣ ଅଙ୍କୁଶ ଲଗାଇଦେଲେ । ଏବେ ୨୨ ରାଜ୍ୟରେ ଗର୍ଭପାତ ଆଇନ ଉପରେ ପ୍ରତିବନ୍ଧକ ଲାଗିଛି ।

ଆମେରିକାର ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ଆଇନ କାମ କରୁଛି ଗର୍ଭପାତକୁ ନେଇ ।

ଆଲାବାମା, ଆରକାନ୍ସା, ଲୁଧିଆନା, ମିସିସିପି, ଉତ୍ତର ଡାକୋଟା, ଦକ୍ଷିଣ ଡାକୋଟା, ଓକ୍ଲୋହୋମ, ଟେନେସି, ଆଇଡାହୋ, ଇଣ୍ଡିଆନା, କେଣ୍ଟୁକି, ଟେକ୍ସାସ୍ ଏବଂ ପଶ୍ଚିମ ଭର୍ଜିନିଆ, ଏମିତି୧୪ଟି ରାଜ୍ୟରେ ଆବର୍ସନ ଆଇନକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ସେହିପରି ୮ଟି ରାଜ୍ୟରେ ଏହି ଆଇନରେ ପ୍ରଭେଦ ରହିଛି । ଫ୍ଲୋରିଡା, ଜର୍ଜିଆ, ଆୟୋବା ଏବଂ ଦକ୍ଷିଣ କାରୋଲିନାରେ ଗର୍ଭଧାରଣର ୬ ସପ୍ତାହ ଭିତରେ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି । ନେବ୍ରାସ୍କା, ନର୍ଥ କେରୋଲିନାରେ ୧୨ ସପ୍ତାହ ଭିତରେ ଗର୍ଭପାତ ପାଇଁ ସ୍ୱୀକୃତି ରହିଛି ।

ଏରିଜୋନାରେ ୧୫ ସପ୍ତାହ, ୟୁଟାରେ ୧୮ ସପ୍ତାହ ପର୍ଯ୍ୟନ୍ତ ଆବର୍ସନ ପାଇଁ ଅନୁମତି ଦିଆଯାଇଛି । ସେପଟେ ଆଲାସ୍କା, କାନସାସ୍, ନ୍ୟୁ ହାମ୍ପସାୟର୍, ଓହିଓ, ଭର୍ଜିନିଆ, ୱିସ୍କନ୍ସିନ୍, ୱାଶିଂଟନ୍ ଡିସି, କାଲିଫର୍ନିଆ, କଲୋରାଡୋ, କନେକ୍ଟିକଟ୍, ଡେଲାୱେର୍, ହାୱାଇ, ଇଲିନୋଇସ୍, ମେନ୍, ମେରିଲ୍ୟାଣ୍ଡ, ମାସାଚୁସେଟ୍ସ, ମିଚିଗାନ୍, ମିନେସୋଟା, ନେଭାଡା, ନ୍ୟୁ ଜର୍ସି, ନ୍ୟୁ ମେକ୍ସିକୋ, ନ୍ୟୁୟର୍କ, ଓରେଗନ୍, ପେନସିଲଭାନିଆ, ରୋଡ ଦ୍ୱୀପ, ୱାଶିଂଟନ୍ ପରି ୨୬ ରାଜ୍ୟରେ ମହିଳାଙ୍କୁ ଗର୍ଭପାତର ଅଧିକାର ଦିଆଯାଇଛି ।

ଆଲାସ୍କା, ୱାଶିଂଟନ୍ ଡିସି, କଲୋରାଡୋ, ମିନେସୋଟା, ନ୍ୟୁ ଜର୍ସି, ନ୍ୟୁ ମେକ୍ସିକୋ, ଓରେଗନ୍ ଏବଂ ଧର୍ମେନ୍ଦ୍ର ପରି ରାଜ୍ୟଗୁଡିକରେ ଗର୍ଭପାତର କୌଣସି ସୀମା ନାହିଁ । ହେଲେ ମୋଣ୍ଟାନା ଓ ବ୍ୟୋମିଙ୍ଗରେ ଏଯାବତ୍ ଏହି ଆଇନ ଲଗାଯାଇନାହିଁ ।

ଏସବୁ ମଧ୍ଯରେ କିନ୍ତୁ ମହିଳାମାନେ ଗର୍ଭପାତ ଅଧିକାର ସେମାନଙ୍କୁ ଦେବାକୁ ଦାବି କରୁଛନ୍ତି

Get real time updates directly on you device, subscribe now.