fbpx

ସାମ୍ବାଦିକ ନଆସିବାରୁ ଭୁଲ ଖବର ପ୍ରସାରିତ ହେଉଛି, ସାମ୍ବାଦିକଙ୍କୁ ପ୍ରେସ୍ ଗ୍ୟାଲେରୀକୁ ଛାଡ଼ାଯାଉ: ମୋହନ ମାଝୀ

ଭୁବନେଶ୍ୱର: ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ଛଡାଯାଉ ବିଧାୟକ ମାନଙ୍କୁ ଉଦ୍ଧିଷ୍ଟ ହୋଇଥିବା ଆସନ ରେ ବସିବାକୁ ଅନୁମତି ଦିଆଯାଉ। ପ୍ରଶ୍ନକାଳ ଓ ଶୂନ୍ୟକାଳ ରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରୁଲିଙ୍ଗ ଆଣିବାକୁ ବିରୋଧୀ ଦାବୀ କରିଥିଲେ। ପୁରୀ ରଥଯାତ୍ରା ରେ 25 ଲକ୍ଷ ରୁ ଅଧିକ ଲୋକ ସାମିଲ ହୋଇଥିଲେ। ହେଲେ କୋଭିଡ କଟକଣା ପାଇଁ ବିଧାନସଭାକୁ ସାମ୍ବାଦିକ ମାନଙ୍କୁ ଛଡ଼ା ଯାଉନି।

କୋଭିଡ୍ ମହାମାରୀ ରେ ଅଧିକ୍ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ବିଧାନସଭା ସ୍ଵାଭାବିକ ଚାଲୁଥିବା ବେଳେ ଦେଶରେ ଓଡ଼ିଶା ଗୋଟିଏ ରାଜ୍ୟ ଯେଉଁଠାରେ ବିଧାନସଭା କୁ ସାମ୍ବାଦିକ ଙ୍କୁ ଅନୁମତି ନାହିଁ। ବିଧାୟକ ମାନେ ଗୋଟିଏ ପ୍ରସଂଗରେ ଆଲୋଚନା କରୁଥିବା ବେଳେ ଖବର କାଗଜରେ ଅନ୍ୟ ଜଣ ବିଧାୟକଙ୍କ ନା ବାହାରୁଛି। ଏହାର କାରଣ ବିଧାନସଭାକୁ ସାମ୍ବାଦିକ ମାନଙ୍କୁ ନଛାଡିବା। ବିଭିନ୍ନ ଯାନ୍ତ୍ରିକ ତ୍ରୁଟି ଦେଖାଯିବା। ଯାନ୍ତ୍ରିକ ତ୍ରୁଟି ରହୁଥିବାରୁ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ ନିଜ ମତ ରଖିପାରିନଥିଲେ। ଏଥିପାଇଁ ଗୃହରେ ଅନ୍ୟ ବିଧାୟକ ମାନେ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ବିଧାନସଭାରେ ବିଧାୟକ ମାନଙ୍କ ମଧ୍ୟରେ ଦୁଇଟି ଶ୍ରେଣୀ ରେ ବିଭକ୍ତ ହୋଇଯାଇଥିବାର ଅଭିଯୋଗ ଆଣିଥିଲେ।

ଅନେକ ବିଧାୟକ ଉଦ୍ଧିଷ୍ଟ ହୋଇଥିବା ଆସନ ରେ ନବସି ପ୍ରେସ ଗ୍ୟାଲେରୀ, ଦର୍ଶକ ଗ୍ୟାଲେରୀ କିମ୍ବା ବାଚସ୍ପତି ଙ୍କ ଗ୍ୟାଲେରୀରେ ବସିଛନ୍ତି। ଯାହା ଫଳରେ ସେମାନଙ୍କ କଥା ଠିକ୍ ଭାବେ ଉପସ୍ଥାପନା କରିପାରିନାହାନ୍ତି। ବିଧାନସଭାକୁ ପୂର୍ବଭଳି ସ୍ଵାଭାବିକ କରିବା ସହ ସାମ୍ବାଦିକ ଓ ଦର୍ଶକ ମାନଙ୍କୁ ବିଧାନସଭା କୁ ଆସିବାକୁ ଅନୁମତି ଦିଆଯାଉ ବୋଲି ବିରୋଧୀ ସଦସ୍ୟ ମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, କଂଗ୍ରେସ ବିଧାୟକ ତାରା ବାହିନୀ ପତି, କଂଗେସ ବିଧାୟକ ସୁର ରାଉତରାୟ, ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କମ୍ୟୁନିଷ୍ଟ ପାର୍ଟି ବିଧାୟକ ଲକ୍ଷ୍ମଣ ମୁଣ୍ଡା ଭାଗନେଇ ବାଚସ୍ପତି ଏହି ପ୍ରସଙ୍ଗରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ।

ଗୃହରେ କୋଭିଡ଼ କଟକଣା ପାଇଁ ବିଧାୟକ ମାନେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଭଳି ଅନୁଭବ କରୁଥିବାର ଅଭିଯୋଗ କୁ ବାଚସ୍ପତି ଖଣ୍ଡନ କରିଥିଲେ । ସମସ୍ତ ବିଧାୟକ ସମାନ ବୋଲି କହିଥିଲେ। ବିଧାନସଭା ପୂର୍ବରୁ ବସିଥିବା ସର୍ବ ଦଳୀୟ ବୈଠକର ନିଷ୍ପତ୍ତି ହୋଇଥିଲା କୋଭିଡ୍ ନିୟମ ଅନୁସାରେ ପୂର୍ବବତ୍ ଗୃହ ଚାଲିବ। ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେହେତୁ ବଜେଟ ଅଧିବେଶନକୁ ଆଉ ମାତ୍ର କମ୍ ସମୟ ଅଛି ତେଣୁ ଆଗାମୀ ଅଧିବେସନରେ ସ୍ଥିତି କୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଗୃହରେ ଘୋଷଣା କଲେ ବାଚସ୍ପତି।

Get real time updates directly on you device, subscribe now.