fbpx

ମର୍ଚ୍ଚାଣ୍ଟ ଡି ଲାଙ୍ଗେଙ୍କ ବିରଳ ରେକର୍ଡ:୨ ଓଭରରେ ନେଲେ ୫ ୱିକେଟ

Advertisement

ନୂଆଦିଲ୍ଲୀ: କ୍ରିକେଟ ଦିନକୁ ଦିନ ବ୍ୟାଟ୍ସମ୍ୟାନଙ୍କ ଖେଳ ପାଲଟିବାରେ ଲାଗିଥିବା ବେଳେ ବୋଲରଙ୍କ ପାଇଁ ଏହା ଦୁସ୍ୱପ୍ନ ପାଲଟିଛି । ପରିବର୍ତ୍ତିତ ନିୟମ ସହିତ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସୁବିଧା ମିଳୁଥିବା ବେଳେ ବ୍ୟାଟର ଆକାର ବୃଦ୍ଧି କାରଣରୁ କୌଣସି ବୋଲର ବି ବଡ ଶଟ ଖେଳିବାକୁ ପଇଛାଉ ନାହାନ୍ତି । ୫୦ ଓଭର ଖେଳରେ ୫ ୱିକେଟ ନେବା କଷ୍ଟକର ମନେ ହେଉଥିଲେ ହେଁ ଏକ ଟି-୧୦ ଗେମରେ ୫ ୱିକେଟ ନେଇଛନ୍ତି ମର୍ଚ୍ଚାଣ୍ଟ ଡି ଲାଙ୍ଗେ । ଦକ୍ଷିଣ ଆଫ୍ରିକାର ଏହି ବୋଲର ମାତ୍ର ୨ ଓଭରରେ ୫ ୱିକେଟ ଅକ୍ତିଆର କରିବା ସହିତ ଏକ ବିରଳ ରେକର୍ଡ କରିଛନ୍ତି । ପ୍ରଥମ ଦ୍ରୁତ ବୋଲର ଭାବରେ ଡି ଲାଙ୍ଗେ ଏହି ସଫଳତା ହାସଲ କରିଥିବା ବେଳେ ୨୦୧୮ରେ ପ୍ରବୀଣ ତାମ୍ବେ ପ୍ରଥମ ଖେଳାଳି ଭାବରେ ୫ ୱିକେଟ ଅକ୍ତିଆର କରିଥିଲେ ।

ଆବୁଧାବି ପକ୍ଷରୁ ଖେଳୁଥିବା ଡି ଲାଙ୍ଗେ ଶୁକ୍ରବାର ବେଙ୍ଗଲ ଟାଇଗର୍ସ ବିପକ୍ଷରେ ଏହି ସଫଳତା ହାସଲ କରିଛନ୍ତି । ଡି ଲାଙ୍ଗେ ୨ ଓଭରରେ ୨୩ ରନ ବ୍ୟୟ କରିଥିବା ବେଳେ ୫ଟି ୱିକେଟ ସହିତ ମ୍ୟାନ ଅଫ୍ ଦ ମ୍ୟାଚ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ଆବୁଧାବି ପଲ୍ ଷ୍ଟର୍ଲିଂଙ୍କ ୫୯ ଏବଂ କ୍ରିସ ଗେଲଙ୍କ ୪୯ ରନ ସହାୟତାରେ ୧୦ ଓଭରରେ ୪ ୱିକେଟରେ ୧୪୫ ରନ କରିଥିଲା । ଜବାବରେ ଡି ଲାଙ୍ଗେଙ୍କ ଘାତକ ବୋଲିଂ ବଳରେ ବାଙ୍ଗଲା ଟାଇଗର୍ସ ୮ ୱିକେଟ ହରାଇ ୧୦୫ ରନ କରିଥିଲା । ଉଲ୍ଲେଖଯୋଗ୍ୟ ଯେ, ଡି ଲାଙ୍ଗେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୫ଟି ମୁକାବିଲା ଖେଳିଛନ୍ତି ।

Get real time updates directly on you device, subscribe now.