fbpx

ଦୁର୍ଘଟଣା: ଟ୍ୟାଙ୍କର ଓ ପୋଲିସ ଭ୍ୟାନ ଓଲଟି ୬ ଆହତ

ଛତ୍ରପୁର, ୧୩ା୧ (ଓଡିଶା ଭାସ୍କର): ଛତ୍ରପୁରରେ ଏକ ପୋଲିସ ଭ୍ୟାନ ଓଲଟି ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ଜଣେ ବାଇକ ଆରୋହୀଙ୍କ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଆହତମାନଙ୍କୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଗଞ୍ଜାମ ଜିଲ୍ଲା ଛତ୍ରପୁର ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ରାଜପଥର ଏକ ଟ୍ୟାଙ୍କର ଓଲଟିଥିବା ଖବର ପାଇ ପୋଲିସ ପାଟ୍ରୋଲିଂ ଗାଡ଼ି ସେଠାକୁ ଯାଇଥିଲା । ଫେରିବା ବାଟରେ ବାଇକ ଚାଳକଙ୍କୁ ରକ୍ଷା କରିବାକୁ ଯାଇ ଗାଡ଼ି ଓଲଟି ପଡ଼ିଥିଲା । ଏଥିବରେ ୫ ଜଣ ପୋଲିସ ଆହତ ହୋଇଛନ୍ତି ।

ସେହିପରି କୁହୁଡ଼ି ଯୋଗୁଁ ଏକ ଗ୍ୟାସ ଟ୍ୟାଙ୍କର ବିଶାଖାପାଟଣାରୁ ଜଟଣୀ ଫେରୁଥିବା ସମୟରେ ଓଲଟି ପଡ଼ିଥିଲା । ଏଥିରେ ଜଣେ ଚାଳକ ଆହତ ହୋଇଛନ୍ତି । ଛତ୍ରପୁର ନିକଟସ୍ଥ ହୁମୁରି ନିକଟରେ ଘନ କୁହୁଡ଼ି ପାଇଁ ରାସ୍ତା ଦେଖାନଯିବାରୁ ଭାରସାମ୍ୟ ହରାଇ ଗ୍ୟାସ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା ।

Get real time updates directly on you device, subscribe now.