fbpx

ଗର୍ଭବତୀଙ୍କୁ ବାଇକରେ ମେଡିକାଲ ନେଇକି ଯାଉଥିବା ବେଳେ ଦୁର୍ଘଟଣା; ୨ ମୃତ ଓ ଜଣେ ଗୁରୁତର

ଓଡିଶା ଭାସ୍କର; ଯାଜପୁର ଜିଲ୍ଲା ସଦର ଥାନା ବରୁହାଁ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ବାଇକ-ଟ୍ୟାଙ୍କର ଧକ୍କାରେ ୨ ମୃତ ଓ ଜଣେ ଗୁରୁତର ହୋଇଥିବା ସୂଚନା । ଗର୍ଭବତୀ ମହିଳାଙ୍କୁ ବାଇକ ଯୋଗେ ମେଡିକାଲ ନେଇକି ଯାଉଥିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା । ବାଇକ ଚଳାଉଥିବା ଯୁବକ ଓ ଜଣେ ବୃଦ୍ଧା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଗର୍ଭବତୀ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି । ଆହତ ଗର୍ଭବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ମୃତାହତ ୩ ଜଣ ସାନ ବରୁହାଁ ଗାଁ’ର ବୋଲି ଜଣାପଡିଛି ।

Get real time updates directly on you device, subscribe now.