fbpx

ରାଶି ଅନୁଯାୟୀ କେଉଁ ରଙ୍ଗର ପୋଷାକ ମହିଳାଙ୍କ ପାଇଁ ଦାମ୍ପତ୍ୟ ଜୀବନ ହୋଇଥାଏ ଶୁଭ ? ଜାଣନ୍ତୁ

ଦାମ୍ପତ୍ୟ ଜୀବନରେ ଖୁସିରେ ରହିବାକୁ କିଏ ବା ନ ଚାହେଁ। ମନ୍ୟୁଷକୁ ସବୁଠୁ ଅଧିକ ପ୍ରଭାବିତ କରିଥାଏ ପତି-ପତ୍ନୀର ସମ୍ପର୍କ। ତେବେ ସୁଖୀ ବୈବାହିକ ଜୀବନରେ ଏହି ସମ୍ପର୍କ ମଧୁର ହେବା ନିହାତି ଆବଶ୍ୟକ। ନଚେତ୍ ଧୀରେ ଧୀରେ ସମ୍ପର୍କ ମଧ୍ୟରେ ତିକ୍ତତା ଆସିଥାଏ ଆଉ ସମ୍ପର୍କ ଭାଙ୍ଗିଯାଇଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ରାଶି ଅନୁଯାୟୀ ଜାଣନ୍ତୁ କେଉଁ ରଙ୍ଗ ପୋଷାକ ମହିଳାଙ୍କ ପାଇଁ ଶୁଭଙ୍କର ।

ମେଷ ରାଶି – ଏହି ରାଶିର ମହିଳାମାନେ ଲାଲ ଓ ଗୋଲ୍ଡେନ ରଙ୍ଗର ପୋଷାକ ଧାରଣ କରିବା ଶୁଭଙ୍କର।

ବୃଷ ରାଶି – ଏହି ରାଶିର ମହିଳାମାନେ ସିଲଭର ଓ ଲାଲ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

ମିଥୁନ ରାଶି – ଏହି ରାଶିର ମହିଳାମାନେ ସବୁଜ ରଙ୍ଗର ଶାଢୀ ଓ ଲାଲ ରଙ୍ଗର ଚୂଡ଼ି ପିନ୍ଧିବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହେବା ସହ ହସଖୁସିରେ ଜୀବନ ଅତିବାହିତ ହେବ।

କର୍କଟ ରାଶି – ଏହି ରାଶିର ମହିଳାମାନେ ଲାଲ ରଙ୍ଗରେ ସାମାନ୍ୟ ଧଳା ରଙ୍ଗ, ଓ ରଙ୍ଗବେରଙ୍ଗର ଚୂଡ଼ି ପିନ୍ଧିବା ଶୁଭଙ୍କର।

ସିଂହ ରାଶି – ଏହି ରାଶିର ମହିଳାମାନେ ଲାଲ, କମଳା, ଗୋଲାପି, ଗୋଲ୍ଡେନ ରଙ୍ଗର ପୋଷାକ ପିନ୍ଧିପାରିବେ। ଏହି ରଙ୍ଗର ଶାଢୀ ପିନ୍ଧିଲେ ମହିଳାଙ୍କ ଜୀବନ ସୁଖମୟ ହୋଇଥାଏ।

କନ୍ୟା ରାଶି – ଏହି ରାଶିର ମହିଳାମାନେ ଲାଲ ଓ ସବୁଜ ରଙ୍ଗ ମିଶ୍ରିତ କିମ୍ବା ଗୋଲ୍ଡେନ ରଙ୍ଗର ପୋଷାକ ପିନ୍ଧିପାରିବେ। ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ମଧୁରତା ଭରିଯାଏ।

ତୁଳା ରାଶି – ଏହି ରାଶିର ମହିଳାମାନେ ଲାଲ ଓ ସିଲଭର ରଙ୍ଗ ମିଶ୍ରିତ ଶାଢୀ ପିନ୍ଧିବା ଦ୍ୱାରା ଉଭୟଙ୍କ ମଧ୍ୟରେ ଭଲପାଇବା ସର୍ବଦା ରହିବ।

ବିଛା ରାଶି – ଏହି ରାଶିର ମହିଳାମାନେ ଲାଲ, ମେରୁନ, ଗୋଲ୍ଡେନ ପୋଷାକ ପିନ୍ଧିବା ଉଚିତ। ଏପରି କରିବା ଦ୍ୱାରା ଉଭୟଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ପାଇଥାଏ।

ଧନୁ ରାଶି – ଏହି ରାଶିର ମହିଳାମାନେ ହଳଦିଆ କିମ୍ବା ଆକାଶୀ ରଙ୍ଗର ଶାଢୀ ପିନ୍ଧିବା ଶୁଭଙ୍କର।

ମକର ରାଶି – ଏହି ରାଶିର ମହିଳାମାନେ ଗାଢ ନୀଳ ରଙ୍ଗର ଶାଢୀ ପିନ୍ଧିବା ଶୁଭଙ୍କର।

କୁମ୍ଭ ରାଶି – ଏହି ରାଶିର ମହିଳାମାନେ ସିଲଭର ଓ ନୀଳ ରଙ୍ଗ ପୋଷାକ ପିନ୍ଧିବା ଉଚିତ। ଏପରି କରିବା ଦ୍ୱାରା ଗୃହସ୍ଥ ଜୀବନ ସୁଖମୟ ହୋଇଥାଏ।

ମୀନ ରାଶି – ଏହି ରାଶିର ମହିଳାମାନେ ଗୋଲ୍ଡେନ ରଙ୍ଗର ପୋଷାକ ପିନ୍ଧିବା ଶୁଭଙ୍କର।

Get real time updates directly on you device, subscribe now.