ଝରୀଗାଁ ,୧୨l ୪(ଓଡିଶା ଭାସ୍କର ):ଝରୀଗାଁ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଶାକର୍ମୀ ମାନଙ୍କୁ ଫୋନ ଯୋଗେ ମାସ୍କ ବାବଦକୁ ପନ୍ଦର ହଜାର ଟଙ୍କା ଯୋଗାଇ ଦେବା ଆଳରେ ଏଟିଏମ ନମ୍ବର ମାଗି ଏକାଉଣ୍ଟ ଖାଲି କରାଯାଉଥି ବା ଅଭିଯୋଗ ସାମ୍ନାକୁ ଆସିଛି । l ଏଭଳି ଅଭିଯୋଗ କରିଛନ୍ତି ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚାରିଜଣ ଆଶାକର୍ମୀ l ଏ ନେଇ ଝରୀଗାଁ ଥାନାରେ ମଧ୍ୟ ଅଭିଯୋଗ ହୋଇଛି l ଏହାର ଶିକାର ହୋଇଛନ୍ତି ଧାମନlଗୁଡା ଗ୍ରାମ ପଂଚାୟତ ଧାମନlଗୁଡା ଗ୍ରାମର ଆଶା କର୍ମୀ ମଞ୍ଜୁଳା ସମରଥ, ଧଡ୍ରା ଆଶା ଟିକିମଣି l ହେଲେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଭାଲୁକାନାଡି ଉପସ୍ୱାସ୍ଥ୍ୟକେନ୍ଦ୍ର ର ଉପକେନ୍ଦ୍ର ପଲାଶଗାଁ ଆଶା କନକ ହରିଜନ ଏବଂ କନ୍ଧଗୁଡା ଆଶା ସୁମନି ହରିଜନ l ଧାମନl ଗୁଡା ଏବଂ ଧଡ୍ରା ଅଶlଙ୍କୁ ଫୋନ କରି ମାସ୍କ ଏବଂ ହେଣ୍ଡୱାସ ବଣ୍ଟନ ଲାଗି ଟଙ୍କା ଯୋଗେଇ ଦିଆଯିବ କହି ଆକାଉଣ୍ଟ ନମ୍ବର ଓ ଏଟି ଏମ ନମ୍ବର ମାଗିଥିଲେ l କଥାର ରହସ୍ୟ ବୁଝିନପlରି ଉଭୟ ଆଶା କର୍ମୀ ସେମାନଙ୍କ ଏଟିଏମ CVV ନମ୍ବର ଦେଇଦେଇଥିଲେ ତେବେ କଥା ହେବା ମଧ୍ୟରେ ଏକାଉଣ୍ଟ ରେ ଥିବା ଅର୍ଥ ଲୁଟିନେଇଥିଲେ ଦୁର୍ବୁର୍ତ୍ତ l ତେବେ ଧାମନା ଗୁଡା ଆଶା ଙ୍କ ଏକାଉଣ୍ଟ ରୁ ୧୨୦୦ ନେଇଯାଇଥିବା ବେଳେ ଧଡ୍ରା ଆଶlଙ୍କ ଏକାଉଣ୍ଟ ରୁ ୬୫୫ଟଙ୍କା ଲୁଟି ନେଇଥିଲେ l
ସେଭଳି ପଲସଗାଁ ଆଶାକର୍ମୀ ଏବଂ କନ୍ଧଗୁଡା ଅଶlକର୍ମୀଙ୍କୁ ଫୋନ କରି ଜବରଦସ୍ତ ଏଟିଏମ ନମ୍ବର ମାଗିଥିଲେ ମଧ୍ୟ ଦେଇନଥିଲେ l ଏନେଇ ଝରୀଗାଁ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଘଟଣାର ଅନୁସନ୍ଧାନ କରୁଥିବା ସୂଚନା ମିଳିଛି l
Prev Post
Next Post