fbpx

(VIDEO) ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଠକେଇ ଅଭିଯୋଗ: ସହିଦନଗର ଥାନାରେ ଏତଲା ଦେଲେ ମହିଳା

ଭୁବନେଶ୍ୱର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀତାଙ୍କ ପାରିବାରିକ ବିବାଦକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ବେଳେ ତାଙ୍କୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି । ତେବେ ବର୍ଷାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ସହିଦନଗର ଥାନାରେ ଜଣେ ମହିଳା ଏନେଇ ଏତଲା ଦେଇଛନ୍ତି । ଫଳରେ ଅଭିନେତ୍ରୀ ବର୍ଷାଙ୍କ ବିରୋଧରେ ଆଇପିସିର ଦଫା ୨୯୪, ୪୨୦, ୫୦୬ରେ ମାମଲା ରୁଜୁ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, କଲ୍ୟାଣୀ ନାୟକ ନାମକ ଜଣେ ମହିଳା ସହିଦ ନଗର ଥାନାରେ ବର୍ଷାଙ୍କ ବିରୁଦ୍ଧରେ ଠକେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଭୁବନେଶ୍ୱରର ଜନତା ମୈଦାନକୁ ମେଳା ଦେଖିବାକୁ ଯାଇଥିବା ବେଳେ କଟକର ଆୟୁଷୀ ପ୍ରିୟଦର୍ଶିନୀ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କର ଦେଖା ହୋଇଥିଲା । କଲ୍ୟାଣୀ ବର୍ଷାଙ୍କ ଫ୍ୟାନ୍ ହୋଇଥିବାରୁ ସେ ବର୍ଷାଙ୍କୁ ଫୋନ୍ ନମ୍ବର ମାଗିଥିଲେ । ଏତତ୍ ବ୍ୟତୀତ ଭୁବନେଶ୍ୱରରେ ଆୟୁଷିଙ୍କ ସହ କଲ୍ୟାଣୀଙ୍କର ଅନେକ ଥର ଦେଖା ହୋଇଛି । ଏଥିସହିତ କଲ୍ୟାଣୀ ଆୟୁଷିଙ୍କୁ ତାଙ୍କୁ ଚାକିରି ପାଇଁ କହିଥିଲେ ।

ତେବେ ଆୟୁଷି କଲ୍ୟାଣୀଙ୍କୁ କହିଥିଲେ ଯେ , ସେ ଅଭିନେତ୍ରୀ ବର୍ଷାଙ୍କ ସହ କଥା ହୋଇ ତାଙ୍କୁ ଏକ ସୁନା ଦୋକାନରେ ଚାକିରି କରାଇ ଦେବେ । ଏଥିପାଇଁ ଆୟୁଷୀ ୫୦ ହଜାର ଟଙ୍କା ସିକ୍ୟୁରିଟି ମନି ମଧ୍ୟ ଦାବି କରିଥିଲେ । କିନ୍ତୁ କଲ୍ୟାଣୀ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବା ସହ ଧାରକରଜ କରି ୩୦ ହଜାର ଟଙ୍କା ଆୟୁଷୀଙ୍କୁ ଦେଇଥିଲେ । କିନ୍ତୁ ତାପରଠୁ ବର୍ଷା ଫୋନ ଉଠାଉ ନଥିବା କଲ୍ୟାଣୀ ଅଭିଯୋଗ କରିଛନ୍ତି । ଏଥିସହିତ କଲ୍ୟାଣୀ ଭୁବନେଶ୍ୱରର ଶ୍ରୀୟା ଛକରେ ଆୟୁଷୀଙ୍କୁ ଦେଖା କରିଥିଲେ ବି ସେ ଗାଳି ଗୁଳଜ କରି ସେଠାରୁ ପଳାଇ ଯାଇଥିଲେ । ଶେଷରେ କଲ୍ୟାଣୀ ବାଧ୍ୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ସହିଦନଗର ଥାନାରେ ଏତେଲା ଦେଇଛନ୍ତି । ଫଳରେ ସହିଦନଗର ଥାନା ପୋଲିସ ସେହି ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏହି ଘଟଣାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ପ୍ରିୟଦର୍ଶିନୀଙ୍କ କୌଣସି ପ୍ରକାର ପ୍ରତିକ୍ରିୟା ମିଳି ପାରି ନାହିଁ ।

Get real time updates directly on you device, subscribe now.