fbpx

ଟ୍ରମ୍ପଙ୍କୁ ମାରିବା ପାଇଁ ୧୨ ଘଣ୍ଟା ଜଗିଥିଲା ଅଭିଯୁକ୍ତ, ଷଡଯନ୍ତ୍ରର ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ମାମଲାର ଅଭିଯୁକ୍ତ ସମସ୍ତ ପ୍ଲାନିଙ୍ଗ କରିଥିଲା। ଅଭିଯୁକ୍ତ ଫ୍ଲୋରିଡାରେ ଗୋଲ୍ଫ କୋର୍ସ ବାହାରେ ନିଜର ରାଇଫଲ ଏବଂ ଖାଦ୍ୟ ସାମଗ୍ରୀ ସହ ପାଖାପାଖି ୧୨ ଘଣ୍ଟା ପର୍ଯ୍ୟନ୍ତ ଟ୍ରମ୍ପଙ୍କ ଅପେକ୍ଷା କରିଥିଲା। ଟ୍ରମ୍ପଙ୍କ ହତ୍ୟାର ପ୍ରୟାସ ଫ୍ଲୋରିଡାର ୱେଷ୍ଟ ପାମ ମଧ୍ୟରେ ରବିବାର ଦିନ ସେହି ସମୟରେ କରାଯାଇଥିଲା, ଯେତେବେଳେ ସେ ଗଲ୍ଫ ଖେଳୁଥିଲେ। ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନର ଅଧିକାରୀମାନେ ଟ୍ରମ୍ପଙ୍କୁ ମାରିବାର ଚେଷ୍ଟାକୁ ବିଫଳ କରି ସନ୍ଦିଗ୍ଧଙ୍କୁ ଧରିପକାଇଥିଲେ। ଧରାପଡିଥିବା ବ୍ୟକ୍ତିଙ୍କ ନାମ ରୟାନ ରାଉଥ।

ଟ୍ରମ୍ପଙ୍କ ଉପରେ ଆକ୍ରମଣର ଏହି ଘଟଣା ରବିବାର ଦ୍ୱିପ୍ରହରର ସେହି ସମୟରେ ହୋଇଥିଲା, ଯେଉଁ ସମୟରେ ରାଷ୍ଟ୍ରପତି ଗୋଲ୍ଫ ଖେଳୁଥିଲା ଏବଂ ତାଙ୍କଠାରୁ କିଛି ଦୂରରେ ନିୟୋଜିତ ଥିବା ସିକ୍ରେଟ ସର୍ଭିସର ଏଜେଣ୍ଟମାନେ ଏହାକୁ ଦେଖିଥିଲେ। ଅଧିକାରୀମାନେ କହିଛନ୍ତି ଯେ, ଜଣେ ଏଜେଣ୍ଟ ଗୁଳି ଚଳାଇଥିଲେ, ଯାହାପରେ ରାଉô ରାଇଫଲ ହାତରୁ ପକାଇ ଦେଇଥିଲେ ଏବଂ ବହୁତ ଜୋରରେ ଦୌଡିଥିଲେ। ରାଉଥ ଦୌଡିବା ସମୟରେ ରାଇଫଲ ସହ ଦୁଇଟି ବ୍ୟାକପ୍ୟାକ, ଟାର୍ଗେଟ ପାଇଁ ବ୍ୟବହୃତ ଏକ ସ୍କୋପ ଏବଂ ଏକ କ୍ୟାମେରା ମଧ୍ୟ ଘଟଣାସ୍ଥଳରେ ଛାଡି ଚାଲିଯାଇଥିଲେ। ଏହାପରେ ରାଉଥଙ୍କୁ ଧରାଯାଇଥିଲା।

Get real time updates directly on you device, subscribe now.