‘ସ୍କୁଲ ଖୋଲୁଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ’, ଗଣଶିକ୍ଷା ବିଭାଗର ସୂଚନା

ଭୁବନେଶ୍ୱର: ଲୁଚିଛପି ସ୍କୁଲ ଖୋଲା ରଖୁଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏ ନେଇ ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ। କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅପ୍ରେଲ ୨୨ ତାରିଖରେ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ସତ୍ତ୍ୱେ କିଛି ବିଦ୍ୟାଳୟ ଖୋଲା ଯିବା ଦୃଷ୍ଟି ଗୋଚର ହୋଇଛି। ତେଣୁ ତୁରନ୍ତ ପଦକ୍ଷେପ ନେବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଛି।