ବାପା ଉତ୍ତମ ମହାନ୍ତିଙ୍କ ମୃତ୍ୟୁର ୪ ମାସ ପରେ ଲଣ୍ଡା ହେଲେ ପୁଅ ବାବୁସାନ
ସ୍ତ୍ରୀ ତୃପ୍ତିଙ୍କ ସହ ବସି ବାପାଙ୍କ ପିଣ୍ଡ ଦେଲେ ବାବୁସାନ।
ପୁରୀ: ପୁରୀ ଯାଇ ଲଣ୍ଡା ହେଲେ ସୁପରଷ୍ଟାର ବାବୁସାନ ମହାନ୍ତି। ହେଲେ କାହିଁକି ଜାଣିଛନ୍ତି। ହଁ ଆପଣମାନେ ଠିକ୍ ଅନୁମାନ କରିଛନ୍ତି, ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରି ଲଣ୍ଡା ହୋଇ ପିଣ୍ଡଦାନ କରିଛନ୍ତି ବାବୁସାନ।
ସାଙ୍ଗରେ ଅଛନ୍ତି ସ୍ତ୍ରୀ ତୃପ୍ତି। ଆଜି ପୁରୀ ମହୋଦଧୀରେ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରି ପତ୍ନୀ ତୃପ୍ତିଙ୍କ ସହ ସ୍ୱର୍ଗଦ୍ୱାର ନିକଟ ସାଗର ବିଜେ ଘାଟରେ ଯଥା ବିଧି ଓ ରୀତି ହିସାବରେ ସେ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଛନ୍ତି।
ତେବେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠୁଥିବ କି ଦିବଙ୍ଗତ କଳାକାର ଉତ୍ତମ ମହାନ୍ତିଙ୍କର ତ ମୃତ୍ୟୁ ଆଜକୁ ଚାରି ମାସ ହେବାକୁ ବସିଲାଣି। କାରଣ ଫେବୃଆରୀ ୨୭ ତାରିଖରେ ଉତ୍ତମଙ୍କର ପରଲୋକ ଘଟିଥିଲା।
ହେଲେ ପୁଅ ବାବୁସାନ ଚାରି ମାସ ପରେ କାହିଁକି ଲଣ୍ଡା ହେଲେ ଆଉ ଅସ୍ଥି ବିସର୍ଜନ କରି ପିଣ୍ଡ ଦେଲେ। ତେବେ ଏଠି କହି ରଖିବା ପାଇଁ ଚାହିଁବୁ କି ଯେତେବେଳେ ଉତ୍ତମଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ବି ଅନେକ ମହଲରେ ପ୍ରଶ୍ନ ଉଠିଥିଲା କି ବାବୁସାନ କାହିଁକି ଲଣ୍ଡା ହୋଇନାହାନ୍ତି।
ତେବେ ସେତେବେଳେ ବାବୁସାନ କହିଥିଲେ ତାଙ୍କର ଏକ ଫିଲ୍ମର ସୁଟିଂ ଚାଲାଛି। ଯାହାର ନାମ “ବୋଉ ବୁଟୁ ଭୂତ”। ଆଉ ଏହି ଫିଲ୍ମ ସୁଟିଂ ସମୟରେ ହିଁ ଉତ୍ତମଙ୍କ ମୃତ୍ୟୁ ହୋଇଥିଲା। ତେଣୁ ସୁଟିଂ ଥିବାରୁ ବାବୁ ଲଣ୍ଡା ହୋଇପାରିନଥିଲେ।
ତେଣୁ ସେତେବେଳେ ବି ସେ କହିଥିଲେ ତାଙ୍କ ଫିଲ୍ମ ସୁଟିଂ ସରିବା ପରେ ସେ ଲଣ୍ଡା ହେବେ ବୋଲି। ଆଉ ଆଜି ତାହା କଲେ। ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ଏକ ବର୍ଷ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଯାଇ ହେବ ନାହିଁ।
ଏଣୁ ମହୋଦଧି ତଟରୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି ବାପାଙ୍କ ଆତ୍ମାଙ୍କ ସଦଗତି କାମନା କରି ଲଣ୍ଡା ହୋଇ ଅସ୍ଥି ବିସର୍ଜନ କରି ପିଣ୍ଡ ଦାନ କରିଛନ୍ତି ବାବୁସାନ।