ଲେଡି ଲଭଙ୍କ ହାତ ଧରିଲେ ହିମାଂଶ, ଗୋପନୀୟ ବିବାହ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଅଭିନେତା ହିମାଂଶ କୋହଲି । ଦିଲ୍ଲୀର ଏକ ମନ୍ଦିରରେ ଗୋପନୀୟ ଭାବେ ବିବାହ ହୋଇଥିବା ଏବେ ଚର୍ଚ୍ଚା ହେଉଛି । ଯେଉଁଥିରେ ପରିବାର ଲୋକ ହିଁ ଯୋଗ ଦେଇଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରିର ତୁଲସୀ କୁମାର ଓ ଖୁସାଲି କୁମାର ହିମାଂଶଙ୍କ ବିବାହରେ ଡାନ୍ସ କରିବା ନେଇ ଭାଇରାଲ ଭିଡିଓରୁ ଦେଖାଯାଇଛି । ବିବାହର ଏକ ଫଟୋ ହିମାଂଶ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ଫଟୋ କ୍ୟାପଶନରେ ଲେଖିଛନ୍ତି, ‘ଆର୍ଶୀବାଦରେ ଭରପୁର’ । ତେବେ ହିମାଂଶଙ୍କ ଲେଡି ଲଭ କିଏ ? ତାକୁ ନେଇ ଏବେ ଆଲୋଚନା ମଧ୍ୟ ଜୋର ଧରିଛି । ସୂଚନା ଅନୁସାରେ ହିମାଂଶ ହାତ ଧରିଥିବା ଯୁବତୀ ଜଣକ ବଲିଉଡ୍ ବ୍ୟାକ୍ଗ୍ରାଉଣ୍ଡର ନୁହନ୍ତି । ହିମାଂଶ ପ୍ରେମ ବିବାହ ମଧ୍ୟ କରି ନାହାନ୍ତି, ତାଙ୍କର ଆରେଞ୍ଜ କମ୍ ଲଭ୍ ମ୍ୟାରେଜ୍ ହୋଇଛି । ହିମାଂଶଙ୍କ ମେହେନ୍ଦି, ସଙ୍ଗୀତ ରସମର କିଛି ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ପୂର୍ବରୁ ହିମାଂଶ ଗାୟିକା ନେହା କକ୍କରଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଦୁହିଁଙ୍କୁ ଲୋକେ ଖୁବ୍ ପସନ୍ଦ କରିବା ସହ ସେମାନଙ୍କ ରିଲେସନ୍ଶିପ୍ ଖୁବ୍ ଚର୍ଚ୍ଚାରେ ମଧ୍ୟ ଥିଲା । ଇଣ୍ଡିଆନ୍ ଆଇଡଲ ସିଜିନ୍୧୦ ମଞ୍ଚରେ ଦୁହେଁ ନିଜ ସମ୍ପର୍କକୁ ସମସ୍ତଙ୍କ ସାମ୍ନାରେ ଅଫିସିଆଲ କରିଥିଲେ । କିନ୍ତୁ ଏହାର କିଛିଦିନ ପରେ ଦୁହେଁ ଅଲଗା ହୋଇଯାଇଥିଲେ । ହିମାଂଶ ତାଙ୍କଠାରୁ ବହୁ ଟଙ୍କା ନେଇଯାଇଥିବା କଥା ମଧ୍ୟ ନେହା ପରବର୍ତ୍ତୀ ସମୟରେ କହିଥିଲେ । ୨୦୧୪ରେ ୟାରିୟା ଜରିଆରେ ହିମାଂଶ ବଲିଉଡରେ ଏଣ୍ଟି୍ର କରିଥିଲେ । ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । କିନ୍ତୁ ଏହାପରେ ହିମାଂଶ କରିଥିବା ଫିଲ୍ମ ସେତେ ସଫଳତା ଦେଇ ନ ଥିଲା । ଦେଖିବାକୁ ଗଲେ ହିମାଂଶଙ୍କ ଫିଲ୍ମି କ୍ୟାରିୟର୍ ବେଶୀ ସଫଳ ନୁହେଁ ।