ଅଭିନେତା ପାର୍ଥସାରଥୀ ରାୟ ଗିରଫ, ହତ୍ୟା ଧମକ ଓ ଯୁବତୀଙ୍କ ଭିଡ଼ିଓ ଭାଇରାଲ କରୁଥିବା ନେଇ ଅଭିଯୋଗ

ଗିରଫ ହେଲେ ଅଭିନେତା ପାର୍ଥସାରଥୀ ରାୟ।

ଭୁବନେଶ୍ୱର: ଗିରଫ ହେଲେ ଓଲିଉଡ୍ ଅଭିନେତା। ଅଭିନେତା ପାର୍ଥସାରଥୀ ରାୟଙ୍କ ବଢ଼ିଲା ଅଡୁଆ। ଗିରଫ କଲା ବଡ଼ଗଡ଼ ଥାନା ପୋଲିସ। ଅଭିନେତା ପାର୍ଥସାରଥୀଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ।

ହତ୍ୟା ଧମକ ସହ ଯୁବତୀଙ୍କ ଭିଡ଼ିଓ ଭାଇରାଲ କରୁଥିବା ନେଇ ଅଭିଯୋଗ ହୋଇଛି। ଯେଉଁ ଅଭିଯୋଗ ଆଧାରରେ ପାର୍ଥଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ।

ତେବେ NBW ଆଧାରରେ ପାର୍ଥସାରଥୀଙ୍କୁ ଗିରଫ କରିଛି ପୋଲିସ।  କୋର୍ଟ ନିୟମ ଖିଲାପ କରିଥିବାରୁ ଗିରଫ ନିର୍ଦ୍ଦେଶ ଦେଇଥିଲେ JMFC କୋଟ୍।  ପାର୍ଥଙ୍କ ବିରୋଧରେ ଜାରି ହୋଇଥିଲା ଜାମିନବିହୀନ ଗିରଫ ପରଓ୍ୱାନା। ଆଉ ଏବେ ପାର୍ଥଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।