fbpx

ଡାଇଲଗ୍ କହୁ କହୁ ହଠାତ୍ ରାଗିଯାଇ ସ୍କ୍ରିପ୍ଟ ଚିରିଦେଲେ ସନି ଦେଓଲ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍ ଅଭିନେତା ସନି ଦେଓଲ ନିଜର ଫିଲ୍ମି ଅନ୍ଦାଜ୍ ଏବଂ ଆକ୍ସନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ପରଦାରେ ତାଙ୍କର ଆଙ୍ଗ୍ରି ଲୁକ୍ କୁ ଫ୍ୟାନ୍ସ ମାନେ ବେଶ୍ ପସନ୍ଦ କରନ୍ତି । ଏବେ ସେ ନିଜର ଏକ ଚର୍ଚ୍ଚିତ ଫିଲ୍ମ “ଦାନିନୀ”ର ଏକ ଆଇକୋନିକ୍ ଡାଇଲଗ୍ କହୁଥିବାର ଏକ ଭିଡିଓ କରିଛନ୍ତି । ଯେଉଁଥିରେ ସେ ଖୁବ୍ ରାଗିଯାଇଥିବା ଦେଖିବାକୁ ମିଳିଛି । ଆଉ ରାଗି ଯାଇ ହାତରେ ଧରିଥିବା ଏକ କାଗଜକୁ ଚିରି ଦେଇଛନ୍ତି ।

ଭିଡିଓରେ ସନି ଦେଓଲ ନିଜ ଘରେ ଥିବା ଦେଖିବାକୁ ମିଳିଛନ୍ତି । ସେଥିରେ ସେ ନିଜର ଏକ ଚର୍ଚ୍ଚିତ ଡାଇଲଗ୍ ତାରିଖ୍ ପେ ତାରିଖ୍ କହୁଛନ୍ତି । ଏହାପରେ କ୍ୟାମେରା ସାମନାରେ ବସିଥିବା ଜଣେ ବ୍ୟକ୍ତି କହୁଛନ୍ତି , “ଆଉ ଟିକେ ଜୋରରେ” । ଆଉ ସନି ସେହି ଡାଇଲଗ୍ କୁ ଆଉ ଟିକେ ଜୋରରେ କହୁଛନ୍ତି । ପୁଣିଥରେ ସାମନାରେ ଥିବା ବ୍ୟକ୍ତି ଡାଇଲଗ୍ କୁ ଜୋରରେ କହିବାକୁ କହୁଥିବା ବେଳେ ସନି ସେହି ସମାନ ଅନ୍ଦାଜରେ ଡାଇଲଗ୍ କହୁଛନ୍ତି ।

କିନ୍ତୁ କ୍ୟାମେରା ସାମନାରେ ଥିବା ବ୍ୟକ୍ତି ସନ୍ତୁଷ୍ଟ ହୋଇପାରିନି । ଆଉ ପୁଣିଥରେ ଜୋରରେ କହିବାକୁ କହୁଛି । ଆଉ ଏହାପରେ ସନି ଦେଓଲ ରାଗି ଯାଇଛନ୍ତି ଏବଂ ହାତରେ ଥିବା କାଗଜକୁ ଚିରି ଦେଇଛନ୍ତି । ଆଉ କହିଛନ୍ତି ଯେ, “ତୁ ମୋତେ କଣ ଭାବିଛୁ? କଣ ଇନ୍ଦିରାନଗରର ଗୁଣ୍ଡା ମୁଁ…” । ଏହାପରେ ସାମନାରେ ବସିଥିବା ବ୍ୟକ୍ତିଙ୍କ ହାତରେ କାଗଜଟି ଧରାଇ ଦେଉଛନ୍ତି । ଏହି ଭିଡିଓକୁ ସନି ଦେଓଲ ନିଜର ଇନଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି । ଆଉ କ୍ୟାପସନ୍ ରେ ଲେଖିଛନ୍ତି- ମୋ ଦ୍ୱାରା ହେବ ନାହିଁ ଭାଇରାଲ୍ ୟାର୍…. ।

 

View this post on Instagram

 

A post shared by Sunny Deol (@iamsunnydeol)

ନିକଟରେ ସନି ଦେଓଲ ନିଜର ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି । ଏଥିରେ ସନି, ପୁଜା ଭଟ୍ଟ, ଦୁଲ୍କର ସଲମାନ୍ ଏବଂ ଶ୍ରିୟା ଧନ୍ୱତାରୀ ଅନେକ ପ୍ରମୁଖ ଭମିକାରେ ନଜର ଆସିବେ । ଏହା ଏକ ଥ୍ରାଲର୍ ମୁଭି ।

Get real time updates directly on you device, subscribe now.