ଅଭିନେତ୍ରୀ ଏକ୍ସ-ବୟଫ୍ରେଣ୍ଡଙ୍କ ପାଖେ ହେଲେ ନିର୍ଯାତିତ, ସେୟାର କଲେ କ୍ଷତାକ୍ତ ଫଟୋ

ସିଲୋଙ୍ଗ: ମେଘାଳୟ ଅଭିନେତ୍ରୀ ଅଞ୍ଚିକା ଭିକ୍ରମନ ଗତକାଲି ନିଜ ପୂର୍ବତମ ବୟଫେଣ୍ଡଙ୍କ ନାମରେ ନିର୍ଯ୍ୟାତନାର ଅଭିଯୋଗ ଆଣିଛନ୍ତି । ସେ ତାଙ୍କୁ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଦେଇଛନ୍ତି ବୋଲି ଅଭିଯୋଗରେ ଦାଖଲ କରିଛନ୍ତି । ସେ ତାଙ୍କୁ ଅସୁରକ୍ଷିତ ଏବଂ କୌଣସି କଥା ପାଇଁ ନିଜ ଆଡକୁ ଢଳାଇଥିବା କଥା କହିଛନ୍ତି ଏବଂ ଏହି ସବୁ ମାମଲାକୁ ଏଡାଇବା ପାଇଁ ସେ ପୋଲିସକୁ ଲାଞ୍ଚ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଅଭିନେତ୍ରୀ ଜଣକ କହିଛନ୍ତି ଯେ, ମୁଁ ବହୁତ ଧମକପୂର୍ଣ୍ଣ କଲ ରିସିଭ କରିଛି । ମୋତେ ଏବଂ ମୋ ପରିବାରକୁ ବହୁ ପ୍ରକାର ନିର୍ଯାତନା ଦିଆଯାଉଛି । ତେଣୁ ସେ ନିଜର ଆଖି ଫୁଲିଯାଇ ସିଝି ଯାଇଥିବା ଫଟୋକୁ ଫେସବୁକରେ ପୋଷ୍ଟ କରିଛନ୍ତି । ଏହାବ୍ୟତୀତ ସେ ଫଟୋ ସହିତ କିଛି ହ୍ୱାଟ୍ସଆପ ଚାର୍ଟ ମଧ୍ୟ ସେୟାର କରିଛନ୍ତି । ସର୍ବଶେଷରେ ସେ କହିଛନ୍ତି, ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ସୁଟିଂ କରୁଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବୟଫ୍ରେଣ୍ଡ ଅନୁପ ତାଙ୍କୁ କିଛି ସମୟ ପାଇଁ ବାଡେଇଥିଲେ । ତାଙ୍କ ଫୋନକୁ ଲକ୍ କରି ସୁଟିଂ ଯିବା ପାଇଁ ମନା କରିଥିଲେ । ଏହାପରେ ସେ ଯେତେବେଳେ ନିଜ ମୁହଁ ମିରରରେ ଦେଖିଲେ ସେହି ଦାଗ ଗୁଡିକ ଦେଖି କାନ୍ଦିବାକୁ ଲାଗିଲେ । ତାଙ୍କ ବୟଫ୍ରେଣ୍ଡ ଅଞ୍ଚିକାଙ୍କ କାନ୍ଦ ଦେଖି କହିଲେ ଏସବୁ ସୁନ୍ଦର ଅଭିନୟ । ଏହାପରେ ଅଭିନେତ୍ରୀ ଜଣକ ପୋଲିସ ପାଖେ ଅଭିଯୋଗ ଆଣିଥିଲେ ହେଲେ ତାଙ୍କ ବୟଫେଣ୍ଡ ଏହା ପୂର୍ବରୁ ପୋଲିସକୁ ଲାଞ୍ଚ ଦେଇଥିଲେ ।