ପୁଣି ବିବାଦରେ ତୁଳସୀ ଗଣନାଟ୍ୟ ମାଲିକ, ସାଂଘାତିକ ଅଭିଯୋଗ ଆଣିଲେ ଅଭିନେ୍ତ୍ରୀ

ପୁଣି ବିବାଦରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ୍ ନାଣ୍ଡୁ । ଶାରୀରିକ ସଂମ୍ପର୍କ ରଖିବାକୁ ନାଣ୍ଡୁ ବାଧ୍ୟ କରୁଥିବା କହିଛନ୍ତି ପୂଜା ।

ଭୁବନେଶ୍ବର: ପୁଣି ବିବାଦରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ୍ ନାଣ୍ଡୁ । ନାଣ୍ଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେ୍ତ୍ରୀ ପୂଜା ଦାଶ । ଶାରୀରିକ ସଂମ୍ପର୍କ ରଖିବାକୁ ନାଣ୍ଡୁ ବାଧ୍ୟ କରୁଥିବା କହିଛନ୍ତି ପୂଜା । ଏହା ସହ କାମ କରିବାକୁ ହେଲେ କମ୍ପ୍ରମାଇଜ କରିବାକୁ ପଡ଼ିବ ବୋଲି କହିଥିଲା ନାଣ୍ଡୁ ।

ସେ ଅଭିଯୋଗ ଆଣିଛନ୍ତି ଯେ, 8 ଲକ୍ଷ ଟଙ୍କାରେ ତାଙ୍କୁ ତୁଳସୀ ଗଣନାଟ୍ୟରେ ବୁକିଂ କରାଯାଇଥିଲା । କିନ୍ତୁ ଗଲା ପରେ 8 ଲକ୍ଷରୁ 14 ଲକ୍ଷ ଟଙ୍କା କରାଯାଇଥିଲା । ଏହା ଦେଖି ପୂଜାଙ୍କୁ ସନ୍ଦେହ ହେବାରୁ ସେ ଯାତ୍ରା ମାଲିକ ନାଣ୍ଡୁ ଓରଫ୍ ଅନନ୍ତ ଧଳଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ସେତିକି ବେଳେ ସେ ଏସବୁ ବିଷୟରେ ଜାଣିପାରିନଥିଲେ ।

ହେଲେ ଦୁଇ ଦିନ ପରେ, ନାଣ୍ଡୁ ତାଙ୍କୁ ସୁନା କରିଦେବି, ଭୁବନେଶ୍ବରରେ ଫ୍ଲାଟ୍ ଦେବି ବୋଲି କହିଲେ । ଏହା ସହ ଯେଉଁ ହୋଟେଲକୁ ଡାକିବି, ଆସିବୁ ବୋଲି ନାଣ୍ଡୁ କହିଥିଲେ । ଯାହା ଫଳରେ ତାଙ୍କର ଅସଲ ମୁଖା ପୂଜାଙ୍କ ସାମ୍ନାଙ୍କୁ ଆସିଥିଲା । କିନ୍ତୁ ସେ ମନା କରିବାରୁ, ତାଙ୍କୁ ଆର୍ଟିଷ୍ଟଙ୍କୁ ଲଗାଇ ରାଗିଂ କରାଯାଇଥିଲା ଏବଂ ଶେଷରେ ଯାତ୍ରା ପାର୍ଟିରୁ ବାହାର କରିଦିଆଯାଇଥିଲା ବୋଲି ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପୂଜା ଦାଶ ।