fbpx

(Video) ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର: ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁର କେବେ ଦଣ୍ଡ ପାଇବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ କିଛିଦିନ ତଳେ ସାରା ଓଡ଼ିଶାରେ ହଲଚଲ ସୃଷ୍ଟି ହୋଇଥିଲା । ବାବୁସାନ-ପ୍ରକୃତି ଏକ କାରରେ ଏୟାରପୋର୍ଟ ଯାଉଥିବା ସମୟରେ ଦୁହିଁଙ୍କୁ ଏକତ୍ର ଧରିଥିଲେ ବାବୁସାନଙ୍କ ମହାନ୍ତିଙ୍କ ପତ୍ନୀ ତୃପ୍ତି ମହାନ୍ତି । ତେବେ ଏହା ମଧ୍ୟରେ ଉକ୍ତ ବିବାଦ ଏକପ୍ରକାର ଧୀମା ପଡ଼ିଯାଇଛି ।

ପୂର୍ବରୁ ତୃପ୍ତି ବାବୁସାନଙ୍କ ଉପରୁ ଥାନାରୁ କେସ ଉଠାଇ ନେଇଥିଲେ । ଅନ୍ୟପକ୍ଷରେ ଆଜି ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ନେଇ ତୃପ୍ତି ଓ ତୃପ୍ତିଙ୍କ ବାପା ଲଳିତ ମୋହନ ଶତପଥୀଙ୍କ ନାମରେ ପ୍ରକୃତି ଏତଲା ଦାୟର କରିଥିଲେ । ତେବେ ଏତେ ଦିନ ବିତିଯାଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରକୃତି । ତେଣୁ ସେ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।

ପ୍ରକୃତି କହିଛନ୍ତି, ମୋ ସହ ଯାହା ହୋଇଛି ସାରା ଓଡ଼ିଶାବାସୀ ଜାଣିଛନ୍ତି । ମୋ ସହ ଅନ୍ୟାୟ ହୋଇଛି, ମୁଁ ନ୍ୟାୟ ପାଇନାହିଁ । ହାଇକୋର୍ଟ ମୋତେ ନ୍ୟାୟ ଦେବେ ବୋଲି ମୋର ଭରସା ରହିଛି । ଅନ୍ୟପକ୍ଷରେ ଏନେଇ ପ୍ରକୃତିଙ୍କ ଓକିଲ କହିଛନ୍ତି, ଏହି ବିବାଦରେ ପୋଲିସର ଭୂମିକା ନେଇ ପ୍ରକୃତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗତ ମାସ ୨୩ ତାରିଖରେ ପ୍ରକୃତିଙ୍କ ଉପରେ ଆକ୍ରମଣ ପରେ ସେ ଥାନାରେ ଏତଲା ଦାୟର କରିଥିଲେ । ଏହା ମଧ୍ୟରେ ପାଖାପାଖି ଏକ ମାସ ସମୟ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏହି ମାମଲାରେ ଗୃହ ସଚିବ, ଖାରବେଳ ନଗର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରିବା ନେଇ କୋର୍ଟରେ ପିଟିସନ ଦାୟର କରାଯାଇଛି ।

Get real time updates directly on you device, subscribe now.