fbpx

DRDO ଏବଂ ନୌସେନାକୁ ସଫଳତା: ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରିପାରୁଥିବା ମିଜାଇଲର ସଫଳ ପରୀକ୍ଷଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରିପାରୁଥିବା ମିଜାଇଲ ଭିଏଲ-ଏସଆରଏସଏଏମ ର ସଫଳ ପରୀକ୍ଷଣ ହୋଇଛି । ଡିଆରଡିଓ ଏବଂ ଭାରତୀୟ ନୌସେନା ପକ୍ଷରୁ ମଙ୍ଗଳବାର ଚାନ୍ଦିପୁର ଆଇଟିଆରରୁ ଭିଏଲ-ଏସଆରଏସଏଏମ ମିଜାଇଲର ସଫଳ ପରୀକ୍ଷଣ କରିଛନ୍ତି ।

ଆକାଶରେ ଦ୍ରୁତ ଗତିରେ ଯାଉଥିବା ଏକ ମାନବବିହୀନ ଲକ୍ଷ୍ୟକୁ ମାରି ଖସାଇବାରେ ସଫଳ ହୋଇଛି ମିଜାଇଲ । ଭାରତୀୟ ନୌସେନାର ଜାହଜରୁ ଏହି ମିଜାଇଲର ଉତକ୍ଷେପଣ କରାଯାଇଥିଲା ।  ସ୍ୱଦେଶୀ ରେଡିଓ ଫ୍ରିକ୍ୱେନ୍ସି ସାହାଯ୍ୟରେ ଏହି ମିସାଇଲ ସଠିକ୍ ଭାବରେ ଲକ୍ଷ୍ୟ ଭେଦ କରିବାରେ ସଫଳ ହୋଇଛି ।

ଭର୍ଟିକାଲ ସର୍ଟ ରେଞ୍ଜ ସରଫେସ-ଟୁ-ଏୟାର ମିସାଇଲ(ଭିଏଲ-ଏସଆରଏସଏଏମ) ସିଷ୍ଟମକୁ ଡିଆରଡିଓ ଦ୍ୱାରା ସ୍ୱଦେଶୀ ଭାବରେ ଡିଜାଇନ ଏବଂ ବିକଶିତ କରାଯାଇଛି । ମିସାଇଲ ସଫଳଭାବରେ ଲକ୍ଷ୍ୟ ଭେଦ କରିଛି ।

 

Get real time updates directly on you device, subscribe now.