fbpx

ନୁଆ ଫଟୋ ସୁଟ୍ ପାଇଁ ଟ୍ରୋଲ୍ ହେଉଛନ୍ତି ରୁବିନା, କିଏ କହୁଛି ପତ୍ରକୋବି ତ ଆଉ କିଏ କହୁଛି ଗାରବେଜ୍

ନୁଆଦିଲ୍ଲୀ, ୧୧ା୪(ଓଡିଶା ଭାସ୍କର) : ‘ବିଗ୍ ବସ୍-୧୪’ର ୱିନର୍ ରୁବିନା ଦିଲୈକ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ଥାନ୍ତି । ତାଙ୍କର ସବୁ ଭିଡିଓ ଏବଂ ଫଟୋ, ଫ୍ୟାନ୍ସ ମାନଙ୍କୁ ଖୁବ୍ ପସନ୍ଦ ଆସେ । ତେଣୁ ସେ ଏବେ ସୋସିଆଲ ମିଡିଆ ସେନସେସନ୍ ହୋଇଯାଇଛନ୍ତି । ହେଲେ ନିକଟରେ ଏମିତି ଏକ ଫଟୋ ସୁଟ୍ କରିଛନ୍ତି ଯେଉଁଥିପାଇଁ ଟ୍ରୋଲ୍ ର ଶିକାର ହୋଇଛନ୍ତି ରୁବିନା ।


ଏହି ଫଟୋରେ ସେ ଏକ ସବୁଜ ରଙ୍ଗର ଅଫ୍ ସୋଲଡର୍ ଗାଉନ୍ ପିନ୍ଧିଛନ୍ତି ଏବଂ ଆକର୍ଷକ ଅନ୍ଦାଜରେ ପୋଜ୍ ଦେଇଛନ୍ତି । ଏଥିସହିତ ମୁଣ୍ଡରେ ଫୁଲତୋଡା ସଜାଇଛନ୍ତି । ଆଉ ଏହି ଫୁଲତୋଡାକୁ ନେଇ ସେ ଏବେ ଟ୍ରୋଲ ହେଉଛନ୍ତି । ଫଟୋଟିକୁ ସେୟାର କରିବାର କିଛି ଘଣ୍ଟା ମଧ୍ୟରେ ଏହାକୁ ୩ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି । କେହି କେହି ଏହି ଫଟୋ ପାଇଁ ତାଙ୍କୁ ପ୍ରଶଂସା କରିଥିବା ବେଳେ କିଛି ଜଣ ଏହାକୁ ନାପସନ୍ଦ କରିଛନ୍ତି । କିଛି ଲୋକ ଟ୍ରୋଲ୍ କରି କହିଛନ୍ତି ଯେ, ‘ପତ୍ରକୋବି’ ଏବଂ ଆଉ ତାଙ୍କୁ ‘ଗାରବେଜ୍’ ବୋଲି ନାମ ଦେଇଛନ୍ତି ।

ସୁଚନା ଥାଉ କି, ରୁବିନା ଏବେ ଟିଭି ସିରିୟଲ୍ ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ନିଜ ସ୍ୱାମୀଙ୍କ ସହ ଏକ ଭିଡିଓ ମ୍ୟୁଜିକ୍ ରେ ନଜର ଆସିଥିଲା । ଯାହାକୁ ଦର୍ଶକ ଭରପୁର ପସନ୍ଦ କରିଥିଲେ । ଏବେ ସେ “ଶକ୍ତି: ଅସ୍ତିତ୍ୱ କେ ଏହସାସ୍ କି’ କି ସୁଟିଂ କରୁଛନ୍ତି ।

Get real time updates directly on you device, subscribe now.