fbpx

ଅଭିନେତ୍ରୀ ବହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାର: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଘୋଷଣା

ନୂଆଦିଲ୍ଲୀ: ଚଳିତ ବର୍ଷର ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ଘୋଷଣା କରାଯାଇଛି । କିମ୍ବଦନ୍ତୀ ଅଭିନେତ୍ରୀ ବହିଦା ରୋହମାନଙ୍କୁ ଚଳିତ ବର୍ଷ ପାଇଁ ଦାଦାସାହେବ ଫାଲକେ ଜୀବନବ୍ୟାପୀ ସଫଳତା ପୁରସ୍କାର ନେଇ ମନୋନୀତ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଘୋଷଣା କରିଛନ୍ତି ।

ଏ ବାବଦରେ କେନ୍ଦ୍ରମନ୍ତ୍ରୀ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି । ‘ଏହା ଘୋଷଣା କରିବା ମୋ ପାଇଁ ଏକ ଖୁସିର ମୁହୂର୍ତ୍ତ’ ବୋଲି ଅନୁରାଗ ଲେଖିଛନ୍ତି । ‘ପ୍ୟାସା’ ‘କାଗଜ କେ ଫୁଲ’, ‘ଚଉଧବି କା ଚାନ୍ଦ’, ‘ସାହେବ ବିବି ଔର ଗୁଲାମ’ ‘ଗାଇଡ’, ‘ଖାମୋଶୀ’ ପରି ଏକାଧିକ ହିଟ୍ ଫିଲ୍ମ ବହିଦା ଦର୍ଶକଙ୍କୁ ଦେଇ ଯାଇଛନ୍ତି । ବହିଦା ଦୀର୍ଘ ୫ ଦଶନ୍ଧି ଧର ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ ବୋଲି ଅନୁରାଗ କହିଥିଲେ ।

ବହିଦା ଜଣେ ଭାରତୀୟ ଅଭିନେତ୍ରୀ ଓ ଡ୍ୟାନ୍ସର ଭାବେ ସୁପରିଚିତ ଅଟନ୍ତି । ହିନ୍ଦି ଫିଲ୍ମ ଜଗତରେ ସେ ଜଣେ ଜଣାଶୁଣା ଚେହେରା ଅଟନ୍ତି । ଫିଲ୍ମ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ସକାଶେ ତାଙ୍କୁ ଥରେ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ଓ ତିନି ଥର ‘ଫିଲ୍ମଫେୟାର ପୁରସ୍କାର’ ମିଳିଥିଲା । ଏଥିସହିତ ଭାରତ ସରକାରଙ୍କ ତରଫରୁ ତାଙ୍କୁ ୧୯୭୨ରେ ‘ପଦ୍ମଶ୍ରୀ’ ଓ ୨୦୧୧ରେ ‘ପଦ୍ମ ବିଭୂଷଣ’ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା । ୧୯୩୮ ମସିହା ଫେବୃଆରୀ ମାସ ୩ ତାରିଖରେ ବହିଦା ତାମିଲନାଡ଼ୁର ଛେଙ୍ଗାଲପାଟ୍ଟୁରେ ଜନ୍ମଗ୍ରହଣ କରିଥିଲେ ।

Get real time updates directly on you device, subscribe now.