ପେଟ୍ରୋଲ ଲିଟର ୨୨ଟଙ୍କା ,ଡିଜେଲ ୨୧ ଟଙ୍କା !

ଲିଟର ୨୨ଟଙ୍କା ଡିଜେଲ ୨୧ ଟଙ୍କା । ହଁ ଏହା ଏବେର ଦର ,୨୦ ବର୍ଷ ତଳର ନୁହେଁ । ବିଶ୍ୱରେ ମାନ୍ଦାବସ୍ଥା ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଯୋଗୁଁ ପେଟ୍ରୋଲ ଓ ଡିଜେଲର ମୁଲ୍ୟ ହ୍ରାସପାଇଛି । କିନ୍ତୁ ଦର ଶୁଣି ଖୁସି ଲାଗୁଥିଲେ ବି ଏହି ଦରରେ ଆପଣଙ୍କୁ ମିଳିପାରିବନି ଇନ୍ଧନ । କାରଣ ପେଟ୍ରୋଲ ଉପରେ ସରକାରଙ୍କ ଟିକସ ହେଉଛି ପାଖାପାଖି ୪୯ ଟଙ୍କା ଓ ଡିଜେଲ ଉପରେ ୪୮ ଟଙ୍କା ।

ଏହାର ଅର୍ଥ ହେଉଛି ୨୨ଟଙ୍କାର ପେଟ୍ରୋଲକୁ ଆପଣ ୭୧ ଟଙ୍କାରେ ଓ ୨୧ଟଙ୍କାର ଡିଜେଲକୁ ଆପଣ ୬୯ ଟଙ୍କାରେ ପମ୍ପରୁ କିଣିପାରିବେ । ତଛଡା ଦିନକ ତଳେ ସରାକର ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସ ବଢ଼ାଇଛନ୍ତି । ଏବେ ଆପଣ ଇନ୍ଧନ କିଣିବାକୁ ୬୯% ଟ୍ୟକ୍ସ ଦେଉଛନ୍ତି । ଯାହା ସରା ବିଶ୍ୱରେ ସର୍ବାଧିକ । ୬୦ % ଉପରେ ଟ୍ୟାକ୍ସ ନେଉଥିବା ଅନ୍ୟ ଦେଶଗୁଡିକ ହେଉଛନ୍ତି ଜର୍ମାନୀ,ଇଟାଲୀ ଓ ବ୍ରିଟେନ । ଏହି ଟ୍ୟାକ୍ସ ଭିତରେ ଭାଟ,ଉତ୍ପାଦ କର,ଏକ୍ସାଇଜ ଟ୍ୟାକ୍ସ ପ୍ରଭୃତି ସାମିଲ ଅଛି ।