ନୁଆଦିଲ୍ଲୀ: ଗତ କିଛି ଦିନ ଧରି ଭାରତୀୟ ଷ୍ଟକ ବଜାରରେ ଆଦାନୀ ଗ୍ରୁପ୍ର ସେୟାରରେ କ୍ରମାଗତ ହ୍ରାସ ପରେ ମଙ୍ଗଳବାର ଦିନ ପୁଣି ଉପରକୁ ଉଠିବା ଆରମ୍ଭ କରିଛି। ଆଜି ବୁଧବାର ଦିନ ଆଦାନୀ ଗ୍ରୁପ୍ର ସେୟାରଗୁଡିକ ରାତି ପ୍ରାୟ ୨ ଟା ସମୟରେ ସେୟାର ମାର୍କେଟରେ ୧୫୦୦ ରୁ ଅଧିକ ମୂଲ୍ୟରେ କାରବାର କରୁଥିବା ଦେଖାଯାଇଛି।
ଆଦାନୀ ଗ୍ରୁପର ସେୟାର ଏତେ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ଯେ, ଆଦାନୀ ଗୋଟିଏ ଦିନରେ ପ୍ରାୟ ୩,୩୦,୩୨,୩୨,୦୦,୦୦୦ ଟଙ୍କା ରୋଜଗାର କରିଛି। ଏପରିକି ଏଲନ୍ ମସ୍କ ଗୋଟିଏ ଦିନରେ ଏତେ ଟଙ୍କା ରୋଜଗାର କରିପାରି ନାହାନ୍ତି। ଆଦାନୀ ଗ୍ରୁପର ଏହି ଅବସ୍ଥାକୁ ଦେଖି ଲାଗୁଛି ଯେ ବର୍ତ୍ତମାନ ଆଦାନୀ ଗ୍ରୁପ୍ ଧୀରେ ଧୀରେ ହିଣ୍ଡେନ୍ବର୍ଗ ସୁନାମିରୁ ବାହାରୁଛି।
ଆମେରିକାର ରିସଚ୍ଚ ସଂସ୍ଥା ହିଣ୍ଡେନ୍ବର୍ଗ ଦ୍ୱାରା ପ୍ରକାଶିତ ରିପୋର୍ଟ ପରେ ଷ୍ଟକ୍ ମାର୍କେଟରେ ଝଡ଼ ସୃଷ୍ଟି ହୋଇଥିଲା। ଏହି ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ୍ ପ୍ରାୟ ୧୨ ଲକ୍ଷ କୋଟି ସମ୍ପତି ହୋଇଥିଲା। ଅର୍ଥାତ୍ ଏପର୍ଯ୍ୟନ୍ତ ଆଦାନୀ ଗ୍ରୁପର ସେୟାର ୮୦ ରୁ ୮୫ ପ୍ରତିଶତ ହ୍ରାସ ପାଇଛି।
ତେବେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଦାନୀ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଧନୀ ତାଲିକାରେ ମଧ୍ୟ ପୁଣି ଉପରକୁ ଉଠିଛନ୍ତି। ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ତାଲିକାରେ ଆଦାନୀ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ଇଣ୍ଡେକ୍ସ ତାଲିକାରେ କ୍ରମାଗତ ଭାବେ ଖସି ଆସୁଥିବା ଆଦାନୀ ପୁଣି ଉପରକୁ ଉଠିଛନ୍ତି।
ଉଲ୍ଲେଖନୀୟ ବିଷୟ ହେଉଛି, ଷ୍ଟକ୍ ମାର୍କେଟରେ ଆଦାନୀଙ୍କ ଅଂଶଧନ ବୃଦ୍ଧି ହେତୁ ଆଦାନୀଙ୍କ ସମ୍ପତ୍ତି ବୃଦ୍ଧି ପାଉଛି । ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ଆଦାନୀଙ୍କ ୧୦ ରୁ ୧୦ ଟି ସେୟାରରେ ଟ୍ରେଣ୍ଡସ୍କୁ ଫେରି ଆସିଛି । ଯେଉଁଥିପାଇଁ ଗୌତମ ଆଦାନୀ ବୁଧବାର ପ୍ରାୟ ୩,୩୦,୩୨,୩୨,୦୦,୦୦୦ ଟଙ୍କା ରୋଜଗାର କରିଥିଲେ ଏବଂ ନିଜକୁ ପୁଣି ପ୍ରମାଣ କରିଥିଲେ ।