fbpx

ରେକର୍ଡ ସୃଷ୍ଟି କଲେ ଗୌତମ ଅଦାନୀ, World’s Best Companies of 2024 ତାଲିକାରେ ସ୍ଥାନ ପାଇଲା ଅଦାନୀ ଗ୍ରୁପର ୮ କମ୍ପାନୀ

ନୂଆଦିଲ୍ଲୀ: ଗୌତମ ଅଦାନୀଙ୍କ ନେତୃତ୍ୱରେ ଚାଲିଥିବା ଅଦାନୀ ଗ୍ରୁପର ୮ଟି କମ୍ପାନୀ ଟାଇମର World’s Best Companies of 2024 ତାଲିକାରେ ସ୍ଥାନ ପାଇଛି । ଟାଇମର ଏହି ପ୍ରତିଷ୍ଠିତ ତାଲିକାରେ ସାରା ଦୁନିଆର ୧୦୦୦ କମ୍ପାନୀକୁ ସାମିଲ କରାଯାଇଛି । ଅଦାନୀ ଗ୍ରୁପକୁ କର୍ମଚାରୀ ସନ୍ତୁଷ୍ଟି, ରେଭେନ୍ୟୁ ଗ୍ରୋଥ ଏବଂ ବିଜନେସରେ ସ୍ଥାୟିତ୍ୱରେ ଉତ୍ତମ ପ୍ରଦର୍ଶନ କରିବା କାରଣରୁ ଟାଇମ ତାଲିକାରେ ସାମିଲ କରାଯାଇଛି ।

ଟାଇମ ମାଗାଜିନର ଏହି ତାଲିକା Statista ସହଯୋଗରେ ପ୍ରସ୍ତୁତ କରାଯାଇଛି। ଅଦାନୀ ଗ୍ରୁପର ଏକ ବିବୃତ୍ତିରେ କୁହାଯାଇଛି ଯେ, ଟାଇମର ଲିଷ୍ଟରେ ସାମିଲ ହେବା ଆମ ପାଇଁ ଗର୍ବର ବିଷୟ । ଏହା ଅଦାନୀ ଗ୍ରୁପର କଠିନ ପରିଶ୍ରମ ଏବଂ ବ୍ୟବସାୟରେ ନୂତନତ୍ୱର ସ୍ୱୀକୃତି ପାଇଁ ଦିଆଯାଇଛି । ଟାଇମ ଏହି ସର୍ଭେ ୫୦ ଦେଶରେ କରିଛି । ଏହା ଅନୁଯାୟୀ, ୧.୭୦ ଲକ୍ଷ କମ୍ପାନୀଗୁଡିକୁ ଭିନ୍ନ-ଭିନ୍ନ ଉପାୟରେ ପରୀକ୍ଷିତ କରାଯାଇଛି । ଏହି କାମ କରିବା ପାଇଁ ପରିସ୍ଥିତି, ଦରମା ଏବଂ କମ୍ପାନୀର ପ୍ରତିଛବି କ୍ଷେତ୍ରକୁ ନେଇ କମ୍ପାନୀଗୁଡିକୁ ପରୀକ୍ଷା କରାଯାଇଛି ।

ଏହି କମ୍ପାନୀଗୁଡିକୁ ତାଲିକାରେ ମିଳିଛି ସ୍ଥାନ:
-ଅଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ
-ଅଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ
-ଅଦାନୀ ଗ୍ରୀନ ଏନର୍ଜୀ ଲିମିଟେଡ
-ଅଦାନୀ ଏନର୍ଜୀ ସଲ୍ୟୁସନ ଲିମିଟେଡ
-ଅଦାନୀ ଟୋଟାଲ ଗ୍ୟାସ ଲିମିଟେଡ
-ଅମ୍ବୁଜା ସିମେଣ୍ଟଓ ଲିମିଟେଡ
-ଅଦାନୀ ପାୱାର ଲିମିଟେଡ
-ଅଦାନୀ ୱିଲମାର ଲିମିଟେଡ

Get real time updates directly on you device, subscribe now.