‘ଆମେରିକା କୋର୍ଟରେ FCPA ଉଲ୍ଲଂଘନର କୌଣସି ଅଭିଯୋଗ ନାହିଁ, ନିର୍ଦ୍ଦେଶକଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଅସ୍ୱୀକାର କଲା ଆଦାନୀ ଗ୍ରୁପ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ନିଜ ନିର୍ଦ୍ଦେଶକମାନଙ୍କ ଉପରେ ଲାଗିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ଏହି ଅଭିଯୋଗରେ କୁହାଯାଇଥିଲା ଯେ, ଗ୍ରୁପର ନିର୍ଦ୍ଦେଶକମାନେ ଯଥା ଗୌତମ ଆଦାନୀ, ସାଗର ଆଦାନୀ ଏବଂ ବିନୀତ ଜୈନ ଆମେରିକୀୟ ବୈଦେଶିକ ଦୁର୍ନୀତି ଆଚରଣ ଅଧିନିୟମ (ଏଫସିପିଏ)ର ଉଲ୍ଲଂଘନ କରିଛନ୍ତି। ଗ୍ରୁପ କହିବାନୁଯାୟୀ, ଏପରି କହିବା ଆଦୌଂ ଠିକ୍ ନୁହେଁ। ଆଦାନୀ ଗ୍ରୀନ ଏନର୍ଜୀ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ବୁଧବାର ଦିନ ଲେଖାଯାଇଥିବା ଚିଠିରେ ଏହି ସୂଚନା ଦିଆଯାଇଛି। ଗ୍ରୁପର କହିବାନୁଯାୟୀ, ଗୌତମ ଅଦାନୀ, ସାଗର ଅଦାନୀ ଏବଂ ବିନୀତ ଜୈନଙ୍କ ଉପରେ ଆମେରିକୀୟ ନ୍ୟାୟ ବିଭାଗ ଅଭିଯୋଗ ବା ଆରେରିକୀୟ ଏସଇସିର ସିଭିଲ ଅଭିଯୋଗରେ ନିର୍ଦ୍ଧାରିତ ମାମଲାରେ ଏଫସିପିଏର କୌଣସି ମଧ୍ୟ ଉଲ୍ଲଂଘନର ଅଭିଯୋଗ ଲଗାଯାଇ ନାହିଁ।

ଖବର ମୁତାବକ, ଗ୍ରୁପ ଏକ୍ସଚେଞ୍ଜକୁ କହିଛି ଯେ, ଆମର ଏହି ନିର୍ଦ୍ଦେଶକମାନଙ୍କ ଉପରେ ଅପରାଧିକ ଅଭିଯୋଗର ତିନୋଟି ମାମଲାରେ ଅଭିଯୋଗ ଲଗାଯାଇଛି, ଏଥିରେ ସିକ୍ୟୁରିଟି ଜାଲିଆତି ଷଡଯନ୍ତ୍ର, ତାର ଜାଲିଆତି ଷଡଯନ୍ତ୍ର ଏବଂ ସିକ୍ୟୁରିଟି ଜାଲିଆତି ଅଭିଯୋଗ ରହିଛି। ଗ୍ରୁପ କହିବାନୁଯାୟୀ, ଆମେରିକୀୟ ନ୍ୟାୟ ବିଭାଗ ଅଭିଯୋଗରେ କେବଳ Azure ଏବଂ CDPQ ଅଧିକାରୀମାନଙ୍କ ଉପରେ ଲାଞ୍ଚ ନେବାର ଅଭିଯୋଗ ଲଗାଯାଇଛି। ଆଦାନୀ ଗ୍ରୀନ ଏନର୍ଜୀ ଲିମିଟେଡ ଏହା ମଧ୍ୟ କହିଛନ୍ତି ଯେ, ଆଦାନୀର ଅଧିକାରୀମାନଙ୍କ ଉପରେ ଲାଞ୍ଚ ବା ଦୁର୍ନୀତିର ସମସ୍ତ ଅଭିଯୋଗର ଖବର ମିଥ୍ୟା ଅଟେ।