fbpx

ଏହି ରାଜ୍ୟରେ ୪ ହଜାର କୋଟିର ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆଦାନୀ ଗ୍ରୁପ୍: ୨୯୦୦୦ ଲୋକଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: ଇସ୍ରାଏଲର ଏକ କମ୍ପାନୀ ସହଭାଗିତାରେ ମହାରାଷ୍ଟରେ ୮୩,୯୪୭ କୋଟି ଟଙ୍କାର ସେମିକଣ୍ଡକ୍ଟର ମ୍ୟାନିଫ୍ୟୃାକ୍ଚରିଂ ପ୍ଲାଣ୍ଟ ସ୍ଥାପନ କରିବାକୁ ଆଦାନୀ ଗ୍ରୁପ୍ ଘୋଷଣା କରିଛି ।

ଅଫିସିଆଲ ବୟାନ ଅନୁସାରେ, ମହାରାଷ୍ଟ୍ର ସରକାର ହାଇ ଟେକ୍ନୋଲୋଜି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ଆଦାନୀ ଗ୍ରୁପ୍ ର ସେମିକଣ୍ଡକ୍ଟର ପ୍ରୋଜେକ୍ଟ ମଧ୍ୟ ସାମିଲ ରହିଛି । ଏହି ପ୍ରୋଜେକ୍ଟରେ ମୋଟ ୧.୧୭ ଲକ୍ଷ କୋଟି ଟଙ୍କାର ନିବେଶ ହେବାର ସମ୍ଭାବନା ରହିଛି ଓ ପ୍ରାୟ ୨୯,୦୦୦ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହେବ ।

ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବନେଟ୍ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ମଜଭୁତ କରିବ ଓ ବୈଷୟିକ ଉଦ୍ଭାବନ, ଅନୁସନ୍ଧାନ ଏବଂ ବିକାଶକୁ ପ୍ରୋତ୍ସାହିତ କରିବ । ଏହା ମାଇକ୍ରୋ, କ୍ଷୁଦ୍ର, ଏବଂ ମଧ୍ୟମ, ଉଦ୍ୟୋଗର ହିତାଧିକାରୀଙ୍କୁ ସାହାଯ୍ୟ କରିବ ଏବଂ ସ୍ଥାନୀୟ ଶ୍ରମଶକ୍ତିକୁ ତାଲିମ ଓ ଦକ୍ଷତା ବିକାଶ ସୁଯୋଗ ପ୍ରଦାନ କରିବ ।

Get real time updates directly on you device, subscribe now.