fbpx

ଚାଲିଲେ ଶୀଘ୍ର ଥକି ଯାଉଛନ୍ତି କି ? ଏହା ଦୁବର୍ଳ ହୃଦୟର ଲକ୍ଷଣ…

Advertisement

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ବ୍ୟାୟାମ ଓ ସନ୍ତୁଳିତ ଆହାର ଜରୁରୀ ଅଟେ । ଅନେକ ସମୟରେ ଲୋକମାନେ ସକାଳୁ ଉଠି ମର୍ଣ୍ଣିଂୱାକ୍ ଯିବା ପାଇଁ ପସନ୍ଦ କରିଥାନ୍ତି । ସକାଳର ସତେଜ ବାତାବରଣରେ କିଛି ସମୟ ବିତାଇବା ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଅଧିକାଂଶ ସମୟରେ ବୟସ ଯୋଗୁଁ ବା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟ ଯୋଗୁଁ ବ୍ୟକ୍ତି ଅଧିକ ଦୂର ପର୍ଯ୍ୟନ୍ତ ଚାଲି ବା ଦୌଡ଼ି ପାରି ନଥାଏ । ଅଳ୍ପ ଦୂର ଯିବା ପରେ ସେମାନେ ଥକି ଯା’ନ୍ତି । ପରିବର୍ତ୍ତନଶୀଳ ଜୀବନଶୈଳୀ ଏବଂ ଅସନ୍ତୁଳିିତ ଆହାର ଦୁର୍ବଳ ହୃଦୟର ମୁ୍‌ଖ୍ୟ କାରଣ । ତେଣୁ ହୃଦୟକୁ ମଜବୁତ କରିବା ପାଇଁ ଆମକୁ ଖାଦ୍ୟପେୟରେ କିଛି ପରିବର୍ତ୍ତନ ଆଣିବାକୁ ପଡ଼ିବ । କୁହାଯାଏ ଡାଲି ହେଉଛି ପ୍ରୋଟିନର ଉତ୍ତମ ସ୍ରୋତ । ଏହାର ଫାଇଦା ମଧ୍ୟ ଅନେକ । ଡାଲିରେ ପ୍ରୋଟିନ୍ ବ୍ୟତୀତ ଫାଇବର ଏବଂ ଲୋ ଫ୍ୟାଟ୍ ରହିଛି ଯାହା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଡାଲି ଜାତୀୟ ଖାଦ୍ୟକୁ ମଞ୍ଜି ମଧ୍ୟ କୁହାଯାଏ । ତେବେ ଆସନ୍ତୁ ଜାଣିବା ସୁସ୍ଥ ହୃଦୟ ପାଇଁ କେଉଁ ସବୁ ଡାଲି ସେବନ କରିବା ସ୍ୱାସ୍ଥ୍ୟପୋଯୋଗୀ ହୋଇଥାଏ ।

– ମସୁର ଡାଲି: ଏହା ପୁଷ୍ଟିକର ଏବଂ ଶକ୍ତିବର୍ଦ୍ଧକ ଅଟେ । ଆଣ୍ଟିଅକ୍ସିଡାଣ୍ଟ, କ୍ୟାଲସିୟମ ଏବଂ ଫାଇବରରେ ଭରପୁର ମସୁର ଡାଲି । ଏହା ହୃଦ୍‌ଘାତ ଏବଂ ଷ୍ଟ୍ରୋକର ଆଶଙ୍କାକୁ ହ୍ରାସ କରିଥାଏ ।

– ହରଡ଼ ଡାଲି: ଘରେ ଘରେ ପରିଚିତ ଏହି ଡାଲି ଅତି ସହଜରେ ଉପଲବ୍ଧ । ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ଏମିନୋ ଏସିଡ୍ ରହିଛି । ଏମିନୋ ଏସିଡ୍ ପ୍ରୋଟିନର ବିଲ୍ଡିଂ ବ୍ଲକ୍ ଭଳି କାର୍ଯ୍ୟ କରିଥାଏ । ହୃଦୟର ମାଂଶପେଶୀ ଗୁଡ଼ିକୁ ମଜବୁତ କରିବା ପାଇଁ ପ୍ରତିଦିନ ହରଡ଼ ଡାଲିର ସେବନ କରିବା ଉଚିତ ।

– ବିରି ଡାଲି: ଲୋକମାନେ ପ୍ରାୟ ବିରି ଡାଲିର ସେବନ କମ୍ କରିଥାନ୍ତି । ବିରି ଡାଲିରେ ଦ୍ରବୀଭୂତ ଡାଇଟାରୀ ଫାଇବର ସହ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ସୁସ୍ଥ ହୃଦୟ ପାଇଁ ଜରୁରୀ ଅଟେ । ଏହି ଡାଲି ସେବନ କରିଲେ ତ୍ୱଚାରେ ଚମକ ଆସିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।

– ମୁଗ ଡାଲି: ପ୍ରୋଟିନ୍‌, ଡ଼ାଇଟାରୀ ଫାଇବର, ମାଗନେସିୟମ, ପୋଟାସିୟମ, ଫୋଲେଟ୍ ଏବଂ କାର୍ବୋହାଇଡ୍ରେଟ୍ସରେ ଭରପୁର ମୁଗ ଡାଲି । ଏହି ଡାଲି ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବେଶ ଭଲ । ଶରୀରକୁ ଶକ୍ତି ଯୋଗାଇବା ସହ ହୃଦୟକୁ ସୁସ୍ଥ ରଖିଥାଏ । ଏହା ସହ ରକ୍ତଚାପ ଏବଂ କଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହାକୁ ସାଲାଡ ଆକାରରେ ଖାଦ୍ୟପେୟରେ ସାମିଲ କରିପାରିବ ।

– ରାଜମା: ରାଜମା ବି ଏକ ପ୍ରକାର ଡାଲି ଜାତୀୟ ଖାଦ୍ୟ । ଏଥିରେ ଏଣ୍ଟିଅକ୍ସିଡେଣ୍ଟ, ଫାଇବର, ଭିଟାମିନ ଏବଂ ମିନେରାଲ୍ସ ରହିଛି ଯାହା ହୃଦୟକୁ ସୁସ୍ଥ ରଖିଥାଏ ।

– ଚଣା ଡାଲି: ଏହି ଡାଲିରେ ପ୍ରୋଟିନର ମାତ୍ରା ଅଧିକ । ଚଣାଡାଲିରେ ଥିବା ଫାଇବର ପାଚନ ପ୍ରକ୍ରିୟା ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା ସହ ଶରୀରରେ କଲେଷ୍ଟ୍ରୋଲର ମାତ୍ରା ନିୟନ୍ତ୍ରିତ କରିଥାଏ ।

 

Get real time updates directly on you device, subscribe now.