fbpx

ମୋଟାପଣ ଏବଂ ପେଟ ପାଇଁ ଚିନ୍ତିତ କି?: ଖାଦ୍ୟରେ ସାମିଲ କରନ୍ତୁ ଏହି ପରିବା, ମିଳିବ ମୁକ୍ତି

ସମୟର ଅଭାବ ହେଉ କି ଅନ୍ୟ କିଛି କାରଣ ପାଇଁ ହେଉ ଅସ୍ୱାସ୍ଥ୍ୟକର ଖାଦ୍ୟ ପାଇଁ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିଭଳି କିଛି ସମସ୍ୟା ଭିତରୁ ଗୋଟିଏ ହେଉଛି ପେଟ ବଢିବା । ବାହାରର ଫାଷ୍ଟ ଫୁଡ ଏବଂ ଜଙ୍କ ଫୁଡ ଖାଇବା ସହିତ ପାଣି ନ ପିଇବା ଏହି ସମସ୍ୟାର ପ୍ରମୁଖ କାରଣ ହୋଇପାରେ । ତେଣୁ ଯଥାସମ୍ଭବ ଖାଦ୍ୟରେ ସବୁଜ ପନିପରିବା ସାମିଲ କରିବା ନିତ୍ୟାନ୍ତ ଆବଶ୍ୟକ ।

इस वजह से गाजर खाने के बाद भी शरीर को नहीं मिलता कोई फायदा, आई नई स्टडी - Health AajTak

ଗାଜର: ପେଟର ଚର୍ବି କମାଇବା ପାଇଁ ଗାଜର ସବୁଠୁ ଭଲ ବିକଳ୍ପ ହୋଇପାରେ । ଗାଜର ଖାଇବା ଦ୍ୱାରା ଶରୀରରେ କ୍ୟାଲୋରି ସୃଷ୍ଟି ହେବା ସହ ମେଟାବୋଲିଜିମ ପ୍ରକ୍ରିୟା ମଧ୍ୟ ଉନ୍ନତ ହୋଇଥାଏ । ଫଳରେ ଶରୀରରେ ଖାଦ୍ୟ ହଜମ ହେବା ପାଇଁ ସହାୟତା ମିଳିଥାଏ । ତେଣୁ ଓଜନ ବଢାଇବା ସମସ୍ୟାରୁ ମଧ୍ୟ ଗାଜର ମୁକ୍ତି ଦେବାରେ ଖୁବ ସହାୟକ ହେବ ।

Broccoli: Benefits and properties of this vegetable - WellWo

ବ୍ରୋକୋଲି: ଓଜନ କମାଇବାର ସବୁଠୁ ଦମଦାର ଉପାୟ ହେଉଛି ବ୍ରୋକୋଲି ଖାଇବା । ଏଥିରୁ ଭିଟାମିନ ସି ଏବଂ କ୍ୟାଲସିୟମ ଭଳି ନ୍ୟୁଟ୍ରିଆଣ୍ଟସ ଶରୀରକୁ ମିଳିଥାଏ । ଭିଟାମିନ-ସି ପେଯରେ ଫ୍ୟାଟ ଏନର୍ଜି କମାଇବାରେ ସହାୟକ ହୋଇଥାଏ । ହାଇ କ୍ରାବ ପରିବା ହୋଇଥିବା ପେଟରେ ଚର୍ବି କମାଇବାରେ ସହାୟକ ମଧ୍ୟ ହୋଇଥାଏ ବ୍ରୋକୋଲି ।

Sarson ka saag / Mustard greens veg recipe - Foodie Diaries

ପାଳଙ୍ଗ ଶାଗ: ପାଳଙ୍ଗ ଶାଗକୁ ଯଦି ସାଲାଡରେ ବ୍ୟବହାର କରାଯାଏ, ଏହା ଶରୀର ପାଇଁ ଖୁବ ଉପକାରୀ ପ୍ରମାଣିତ ହୋଇଥାଏ । ପେଟରେ ଫାଟ କମାଇବା ପାଇଁ ପାଳଙ୍ଗ ଶାଗ ବେଶ ଲାଭଦାୟକ । ଭିଟାମିନ-ଏ, ଭିଟାମିନ-ସି, ଭିଟାମିନ-କେ, ଆଇରନ ଏବଂ ପୋଯାସିୟମ ଭଳି ନ୍ୟଟ୍ରିଆଣ୍ଟସ ଶରୀରକୁ ଯୋଗାଇଥାଏ ପାଳଙ୍ଗ ଶାଗ ।

Bell Pepper Red - Only For Houston Residents - Organic Sphere

ଲାଲ କ୍ୟାପ୍ସିକମ: ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ପାଇଁ ଲାଲ କ୍ୟାପ୍ସିକମ ବ୍ୟବହାର ହୋଇଥାଏ । ଏଥିରେ ସୋଡିୟମ, କାର୍ବୋହାଇଡ୍ରେଟ, ଫାଇବର, ସୁଗର, ପ୍ରୋଟିନ, ଭିଟାମିନ ସି ଭଳି ଅନେକ ନ୍ୟୁଟ୍ରିଆଣ୍ଟସ ସାମିଲ ରହିଛି । ଏହି କ୍ୟାପ୍ସିକମ ଖାଇବା ଦ୍ୱାରା ପେଟରୁ ଚର୍ବି କମିବା ସହ ମୋଟାପଣ ମଧ୍ୟ ଦୂର ହୋଇଥାଏ ।

Get real time updates directly on you device, subscribe now.