fbpx

ଖାଦ୍ୟପେୟକୁ ନେଇ ସଚେତନ ରୁହନ୍ତୁ ଓ ପ୍ରତ୍ୟେକ ଦିନର ମିଲରେ ଖଜୁରୀକୁ ଯୋଡି ରଖନ୍ତୁ…

ଓଡିଶା ଭାସ୍କର; ହଜାର ହଜାର ବର୍ଷ ପୂର୍ବେ, ଖଜୁରୀ ଗୁଡ଼ିକରେ ମ୍ୟାଜିକ୍ ଆରୋଗ୍ୟ ଶକ୍ତି ଥିବା ବିଶ୍ୱାସ କରାଯାଉଥିଲା । ଆଉ ଆଜି, ଟିକିଏ ବିଜ୍ଞାନର ସାହାଯ୍ୟରେ ସେହି ସୁସ୍ୱାଦୁ ଖଜୁରୀ ସମସ୍ତଙ୍କ ଖାଦ୍ୟରେ ଏକ ମୁଖ୍ୟ ହେବା ଉଚିତ୍ । କେବଳ ଆରୋଗ୍ୟ ଶକ୍ତି ପାଇଁ ନୁହେଁ, ବରଂ ସମସ୍ତ ବଡ଼ ଲାଭ ପାଇଁ ଏହା ମୁଖ୍ୟ ହେବା ଦରକାର ।

ଏହି ଖଜୁରୀରେ ଭିଟାମିନ୍ ଏବଂ ମିନେରାଲ୍ସ ସହିତ ପ୍ୟାକ୍ ହୋଇ ରହିଥାଏ । ଏହା ଫାଇବରର ଏକ ଉତ୍ତମ ଉତ୍ସ ମଧ୍ୟ । ସେହିପରି ଏଥିରେ ପ୍ରାକୃତିକ ସୁଗାର ଅଧିକା ରହିଥାଏ । ଏହି କାରଣରୁ ଏହାକୁ ଖାଇବା ପରେ ମିଠା ଖାଇବା ଅନୁଚିତ । ଆପଣ ଚିନି ବିକଳ୍ପରେ ଖଜୁରୀକୁ ଖାଇପାରିବେ। ଏହା ଛଡା ହାଡ ମଜବୁତ କରିବା ସହିତ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ ଖଜୁରୀ । ଏଭଳି ଏଥିରେ ଅନେକ ପରିମାଣରେ ଲାଭ ରହିଛି ଯାହାକୁ ନେଇ ଖାଦ୍ୟପେୟ ବିଷୟରେ ସଚେତନ ହେବା ଉଚିତ୍ । ଏହା ସହ ଆମର ପ୍ରତ୍ୟେକ ଦିନର ମିଲରେ ଖଜୁରୀକୁ ଯୋଡି ରଖିବା ନିହାତି ଦରକାର ।

  • ଖଜୁରୀରେ କ’ଣ ସବୁ ଉପଲବ୍ଧ ଥାଏ ଓ ଏହାକୁ ଖାଇବା ଦ୍ୱାରା କ’ଣ ଲାଭ ମିଳିଥାଏ?

ଏଥିରେ ପ୍ରଚୁର ପରିମାଣରେ ମିନେରାଲ, ଫାଇବର ଏବଂ ଭିଟାମିନ ରହିଥାଏ । ସେହିପରି ଗୋଟିଏ ଖଜୁରୀରେ ପୋଟାସିୟମ ୬୯୬ ଏମଜି, ମ୍ୟାଗ୍ନେସିୟମ ୫୪ ଏମଜି, ଭିଟାମିନ-ବି ୬.୦୨ ଏମଜି, ଫାଇବର ୬.୭ ଏମଜି, ମାଙ୍ଗାନିଜ ୦.୩ ଏମଜି ଏବଂ କପର ୦.୪ ଏମଜି ରହିଥାଏ ।

ଖଜୁରୀରେ ଆଣ୍ଟି ଅକ୍ସିଡାଣ୍ଟର ମାତ୍ରା ଅଧିକ ରହିଥାଏ । ଯାହା ଆମ ଶରୀରରେ ଥିବା ଅନେକ ପ୍ରକାର ରୋଗ ସହିତ ଲଢିବାରେ ସକ୍ଷମ ହୋଇଥାଏ । ଖଜୁରୀରେ ଫ୍ଲାବୋନାଇଡସ୍‌, କେରୋଟେନାଇଡସ୍‌, ଫେନୋଲିକ ଏସିଡ ରହିଥାଏ ।

ଖଜୁରୀରେ ଆୟରନର ଭାଗ ଅଧିକା ରହିଥାଏ, ଯାହା ଶରୀରରେ ହିମୋଗ୍ଲୋବିନର ମାତ୍ରା ଅଧିକ କରିବାରେ ସାହାଯ୍ୟ କରିଥାଏ। ପ୍ରାୟତଃ ମହିଳା, ଛୋଟପିଲାମାନେ ଏନିମିଆ ରୋଗରେ ପୀଡିତ ହୋଇଥାନ୍ତି । ଖଜୁରୀ ସେବନ କରିବା ଦ୍ୱାରା ଏହି ସମସ୍ୟା ବହୁ ମାତ୍ରାରେ ଦୂର ହୋଇଥାଏ ।

ଖଜୁରୀରେ ସେଲୋନିୟମ, ମାଙ୍ଗାନିଜ ଏବଂ ମ୍ୟାଗ୍ନେସିୟମ ଉପଲବ୍ଧ ରହିଥାଏ, ଯାହା ହାଡ ଶକ୍ତ କରିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ କ୍ୟାନସର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି ଜଣାପଡିଛି ।

ଖଜୁରୀରେ ଥିବା ସାଲ୍ୟୁବଲ ଫାଇବର ପାଚନ ପକ୍ରିୟାକୁ ସଠିକ ରୂପେ ନିୟନ୍ତ୍ରିତ କରିଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ପାଚନ ସମସ୍ୟା ହୋଇନଥାଏ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

 

 

Get real time updates directly on you device, subscribe now.