ଅସୁସ୍ଥ ହେଲେ BMC ଅଫିସରେ ଆକ୍ରମଣର ଶିକାର ହୋଇଥିବା ଅତିରିକ୍ତ କମିସନର ରତ୍ନାକର ସାହୁ
ରତ୍ନାକର ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର।
ଭୁବନେଶ୍ୱର: ରତ୍ନାକର ସାହୁ ଅସୁସ୍ଥ। ଅତିରିକ୍ତ କମିସନର ରତ୍ନାକର ସାହୁ ବେହୋସ୍। BMC ଅଫିସରେ କାମ କରୁଥିବା ବେଳେ ଚେତାଶୂନ୍ୟ ହେଲେ ଅତିରିକ୍ତ କମିସନର ରତ୍ନାକର ସାହୁ।
ଦୁଇ ଦିନ ତଳେ BMC ଅଫିସରେ ଅତିରିକ୍ତ କମିସନରଙ୍କୁ ହୋଇଥିଲା ଆକ୍ରମଣ। ବିଧା ଗୋଇଠା ଥୋଇ ଦେଇଥିଲେ ଆକ୍ରମଣକାରୀ। ଯାହାକୁ ନେଇ ଏବେ ପୁରା ରାଜ୍ୟରେ ହଇଚଇ।
ଏହି ଘଟଣାକୁ ପ୍ରତି ମହଲରୁ ନିନ୍ଦା କରାଯାଉଥିବା ବେଳେ, OAS ସଂଘ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ସାହୁକୁ ଗିରଫ ଦାବି କରୁଛି। ଆଉ ଏହାରି ଭିତରେ BMC ଅଫିସରେ କାମ କରୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି ଆକ୍ରମଣର ଶିକାର ହୋଇଥିବା ରତ୍ନାକର ସାହୁ। ଅସୁସ୍ଥ ରତ୍ନାକର ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।