fbpx

ଏମଭିଆଇ / ଅତିରିକ୍ତ ଆରଟିଓ ପଦ ପାଇଁ ଲିଖିତ ପରୀକ୍ଷା ସୂଚୀ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋଟର ଯାନ ଇନ୍ସପେକ୍ଟର (ଏମଭିଆଇ) / ଅତିରିକ୍ତ ଆରଟିଓ (ଏନଫୋର୍ସମେଣ୍ଟ) / ଆସିଷ୍ଟାଣ୍ଟ ୱାର୍କସ ଇଞ୍ଜିନିୟର ପଦର ଲିଖିତ ପରୀକ୍ଷା ମେ ମାସ ୫ ତାରିଖ ଦିନ ଅନୁଷ୍ଠିତ ହେବ । ଏନେଇ ଗତ ୧୦ ତାରିଖରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏବେ ଲିଖିତ ପରୀକ୍ଷା ସୂଚୀ ଜାରି କରଯାଇଛି ।

ମେ ୫ ତାରିଖ (ରବିବାର) ଦିନ ସକାଳ ୯.୩୦ରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଅଟୋମୋବାଇଲ ଇଞ୍ଜିନିୟରିଂ / ମେକାନିକାଲ ଇଞ୍ଜିନିୟରିଂ ବିଷୟ ପରୀକ୍ଷା କରାଯିବ । ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ସକାଳ ୯.୩୦ରୁ ଦ୍ୱିପ୍ରହର ୧.୩୦ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ପ୍ରାର୍ଥୀମାନେ ଓପିଏସସିର ୱେବସାଇଟକୁ ଯାଇ ‘ଆଡମିଶନ ସାର୍ଟିଫିକେଟ’ ଓ ‘ପ୍ରାର୍ଥୀଙ୍କ ପାଇଁ ନିୟାମବଳୀ’କୁ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.