fbpx

(Video) ରାମ ନବମୀରେ ଛୋଟ ପିଲାଙ୍କ ପାଦ ଧୋଇଲେ CM ଯୋଗୀ ଆଦିତ୍ୟନାଥ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚୈତ୍ର ନବରାତ୍ରିର ନବମୀ ତିଥିରେ ଗୋରକ୍ଷପୀଠର ପରମ୍ପରା ଅନୁଯାୟୀ କନ୍ୟା ପୂଜା କରିଛନ୍ତି । ସେ ପରମ୍ପରାକୁ ପାଳନ କରି ବଟୁକ ପୂଜା ମଧ୍ୟ କରିଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଛୋଟ-ଛୋଟ ଶିଶୁଙ୍କ ପାଦ ଧୋଇଛନ୍ତି । ଏହାପରେ ସେ ଗୋରଖନାଥ ମନ୍ଦିରର ଭୋଜନାଳୟରେ ଆୟୋଜିତ କନ୍ୟା ପୂଜା କାର୍ଯ୍ୟକ୍ରମରେ ନଅ ଦୁର୍ଗା ସ୍ୱରୂପ କନ୍ୟାମାନଙ୍କ ବିଧି-ବିଧାନ ସହ ପୂଜା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କନ୍ୟାମାନଙ୍କ ମଥାରେ ଚନ୍ଦନ ଅକ୍ଷତର ତିଳକ ଲଗାଇଛନ୍ତି । କନ୍ୟା ପୂଜା ସେ ଏହି କନ୍ୟାମାନଙ୍କୁ ପ୍ରସାଦ ପରସିଛନ୍ତି ଏବଂ ଉପହାର ଓ ଦକ୍ଷିଣା ଦେଇଛନ୍ତି ।

ଏହି ପୂଜା ସାରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ଦିର ପରିସର ସ୍ଥିତ ରାମଙ୍କ ଦ୍ୱାରରେ ପହଁଚିଛନ୍ତି । ଦ୍ୱିପ୍ରହର ୧୨ ବାଜିବା ମାତ୍ରେ ସେ ବିଧିବିଧାନ, ମନ୍ତ୍ର ଶ୍ଲୋକ ମଧ୍ୟରେ ପ୍ରଭୁ ରାମଙ୍କୁ ପୂଜା କରିଛନ୍ତି । ପ୍ରଭୁଙ୍କୁ ତିଳକ ଲଗାଇବା ପରେ ଆରତୀ କରିଛନ୍ତି । ପୂଜା ଅନୁଷ୍ଠାନ ପୂର୍ଣ୍ଣ କରବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ରାମଲଲାଙ୍କୁ ଝୁଲାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଭଗବାନ ଶ୍ରୀରାମଙ୍କ ପାଖେ ଲୋକମାନଙ୍କ ମଙ୍ଗଳକାମନା ପାଇଁ ପ୍ରାର୍ଥନା କରିଛନ୍ତି ।

Get real time updates directly on you device, subscribe now.