fbpx

ବଢିଲା ଆଭା(ABHA) ଓ CGHS ଆଇଡି ଲିଙ୍କ୍ କରିବାର ସମୟ ସୀମା, ଜାଣନ୍ତୁ କେତେ ଦିନ ଭିତରେ କରିବାକୁ ହେବ ଲିଙ୍କ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (ସିଜିଏଚ୍‌ଏସ୍‌) ର ଲାଭାର୍ଥୀଙ୍କ ପାଇଁ ଆସିଲା ବଡ ଖବର । ପୂର୍ବରୁ ଏହା କୁହାଯାଇଥିଲା କି ଏହି କାର୍ଡକୁ ୩୦ ଦିନ ଭିତରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଖାତା (ଏବିଏଚ୍‌ଏ) ଆଭା ସହ ଲିଙ୍କ୍ କରିବାକୁ ହେବ । ଏବେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ନିର୍ଦ୍ଦେଶାଳୟ ଏହି ତାରିଖକୁ ବୃଦ୍ଧି କରିଛି ।

ଏହା ପୂର୍ବରୁ ସିଜିଏଚ୍‌ଏସ୍ ଲାଭାର୍ଥୀଙ୍କ ଆଇଡି ଓ ଏବିଏଚ୍‌ଏକୁ ପରସ୍ପର ସହ ଲିଙ୍କ କରିବାର ପ୍ରକ୍ରିୟା ଏପ୍ରିଲ ୧ରୁ ଆରମ୍ଭ କରାଯାଇ ଏହି କାର୍ଯ୍ୟକୁ ୩୦ ଦିନ ଭିତରେ ସାରିବାକୁ କୁହାଯାଇଥିଲା । ଏବେ କିନ୍ତୁ ଆଭା (ଏବିଏଚ୍‌ଏ)ଆଇଡି ତିଆରି କରିବାର ସମୟସୀମାକୁ ବଢାଇ ଦିଆଯାଇଛି । ଏହି ସମୟ ସୀମା ୩୦ ଜୁନ୍‌ରୁ ୩ ମାସ ପାଇଁ ବଢାଇ ଦିଆଯାଇଛି ଅର୍ଥାତ୍ ୧୨୦ ଦିନ ବୃଦ୍ଧି କରାଯାଇଛି । ଅର୍ଥାତ୍ ୩୦ ଜୁନରୁ ୧୨୦ଦିନ ଭିତରେ ଏହି ଲିଙ୍କ କରିବାକୁ ହେବ । ଏହି କାର୍ଯ୍ୟରେ ଲାଭାର୍ଥୀଙ୍କ ସହାୟତା ଲାଗି ସମସ୍ତ ଜନସେବା କେନ୍ଦ୍ରରେ ସ୍ୱତନ୍ତ୍ର ବିଭାଗ ଖୋଲାଯିବ ।

Get real time updates directly on you device, subscribe now.