fbpx

ମର୍ମନ୍ତୁଦ ଦୁର୍ଘଟଣା: ଟ୍ରେଲର ପଛକୁ ପିଟିଲା କାର୍‌, ୧୦ ଜଣଙ୍କର ଚାଲିଗଲା ପ୍ରାଣ

ଅହମଦାବାଦ: ଗୁଜରାଟର ଅହମଦାବାଦ ଠାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଠାରେ ଏକ କାର୍ ଟ୍ରେଲର ପଛକୁ ଜୋରରେ ଧକ୍କା ଦେବାରୁ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏହି କାରଟି ବଡୋଦରାରୁ ଅହମଦାବାଦ ଯାଉଥିଲା ।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାଟି ଅହମଦାବାଦ ବଡୋଦରା ଏକ୍ସପ୍ରେସୱେର ନଡିୟାଦ ପାଖରେ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରରେ ଯାତ୍ରା କରୁଥିବା ୧୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ହାଇୱେରେ ଭିଡ଼ ଲାଗିରହିଛି । କାର ଟ୍ରେଲର ପଛକୁ ପିଟିଥିଲା ଏବଂ ବଡୋଦରା ରୁ ଅହମଦାବାଦ ଯାଉଥିଲା । ଦୁର୍ଘଟଣା ଘଟୁ ଘଟୁ ଆମ୍ବୁଲାନ୍ସ ଯାଇ ଘଟଣାସ୍ଥଳରେ ପହଁଚିଥିଲା ।

Get real time updates directly on you device, subscribe now.