fbpx

ଯେଉଁଠି ରାମ ସେଇଠି ହନୁମାନ, ସିନେମା ହଲ୍ ରେ ଭଗବାନ ହନୁମାନଙ୍କ ଲାଗି ସଂରକ୍ଷିତ ରହିବ ଏକ ସିଟ୍

Advertisement

ନୂଆଦିଲ୍ଲୀ:ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ କୁ ନେଇ ଏବେ ଚାରିଆଡୁ ଜବରଦସ୍ତ ପ୍ରତିକ୍ରିୟା ମିଳିବାରେ ଲାଗିଛି । କିଛି ଦିନ ତଳେ ଫିଲ୍ମର ଟ୍ରେଲର ଲଞ୍ଚ ହୋଇ ଯାଇଛି ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମ ରିଲିଜ୍ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଫିଲ୍ମ ଆଦିପୁରୁଷରେ ପ୍ରଭାସ ଭଗବାନ ରାମଙ୍କ ରୂପରେ ନଜର ଆସିବେ ଏବଂ କ୍ରିତି ସାନନ ମାତା ସୀତାଙ୍କ ଭୂମିକାରେ । ତେବେ ପ୍ରଭାସଙ୍କ ଆଦି ପୁରୁଷ ରିଲିଜ୍ ହେବା ପୂର୍ବରୁ ନିର୍ମାତା ଏକ ବଡ ଘୋଷଣା କରିଛନ୍ତି ।

ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମେକର୍ସ ଭଗବାନ ରାମଙ୍କ ସବୁଠାରୁ ବଡ ଭକ୍ତ ହନୁମାନଙ୍କୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଏହି ଘୋଷଣାଟି ହେଉଛି ସମସ୍ତ ସିନେମା ହଲ୍ ରେ ଆଦିପୁରୁଷ ସ୍କ୍ରିନିଂ ସମୟରେ ଏକ ସିଟ୍ ଭଗବାନ ହନୁମାନଙ୍କ ଲାଗି ସଂରକ୍ଷିତ ରହିବ । ଏହି ସିଟ୍ ର ଟିକେଟ୍ ବିକ୍ରୀ କରାଯିବ ନାହିଁ । ନିର୍ମାତା ଏକ ସିଟ୍ ହନୁମାନଙ୍କୁ ସମର୍ପିତ କରିବାକୁ ନିଷ୍ପତ୍ତି ନେବା ପଛରେ ଏକ କାରଣ ମଧ୍ୟ ରହିଛି ।

ଏହି ମାମଲାକୁ ନେଇ ନିର୍ମାତାଙ୍କ ପକ୍ଷରୁ ସୋସିଆଲ୍ ମିଡିଆରେ ଏକ ବୟାନ ଜାରି କରାଯାଇଛି । ବୟାନରେ ଉଲ୍ଲେଖ ରହିଛି ଯେଉଁଠି ବି ରାମାୟଣ ପାଠ କରାଯାଏ ସେଠି ହନୁମାନ ପ୍ରକଟ ହୋଇଥାନ୍ତି । ଏହା ଆମର ବିଶ୍ୱାସ । ଏହି ବିଶ୍ୱାସକୁ ସମ୍ମାନ ଜଣାଇ ପ୍ରତି ଥିଏଟରରେ ଯେଉଁଠି ପ୍ରଭାସଙ୍କ ଅଭିନୀତ ଆଦିପୁରୁଷ ପ୍ରଦର୍ଶିତ ହେବ ସେଠି ଏକ ସିଟ୍ ହନୁମାନଙ୍କ ଲାଗି ସଂରକ୍ଷିତ ରହିବ ।

ଫିଲ୍ମ ଆଦିପୁରୁଷର ଫାଇନାଲ୍ ଟ୍ରେଲର ଲଞ୍ଚ ପୂର୍ବରୁ ପ୍ରଭାସ ତିରୁମାଳା ମନ୍ଦିର ଯାଇ ସେଠାରେ ଭଗବାନଙ୍କ ଆଶୀର୍ବାଦ ଲାଭ କରି ଫେରିଛନ୍ତି । ତାଙ୍କର ଏହି ସମୟର ଏକ ଫଟୋ ଏବେ ଇଣ୍ଟରନେଟ୍ରେ ଭାଇରାଲ୍ ହେବାରେ ଲାଗିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ ୧୬ ଜୁନ୍ରେ ଏହି ଫିଲ୍ମ ସିନେମା ଘରେ ରିଲିଜ୍ ହେବ ।

Get real time updates directly on you device, subscribe now.