fbpx
BSKY
BJD MC SKY
BJD YOUTH SKY

କିପରି ସୂର୍ଯ୍ୟର ନିକଟତର ହେବ ଆଦିତ୍ୟ ଏଲ-୧: ସୂର୍ଯ୍ୟର ତାପମାତ୍ରାକୁ ସହ୍ୟ କରିପାରିବ କି ନାହିଁ ଇସ୍ରୋର ସୂର୍ଯ୍ୟ ମିଶନ

ନୂଆଦିଲ୍ଲୀ: ଆଜି ଲଞ୍ଚ ହେବାକୁ ଯାଉଛି ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ ୧ । ଭାରତର ସ୍ପେସ ଏଜେନ୍ସି ଇସ୍ରୋ ଏହାକୁ ଲଞ୍ଚ କରିବ । ଆଦିତ୍ୟ ଏଲ ୧ କୁ ସେପ୍ଟେମ୍ବର ୨ ୧୧.୫୦ ମିନିଟରେ ଲଞ୍ଚ କରାଯିବ । ଏହାକୁ ଶ୍ରୀହରିକୋଟା ଶତିସଧୱନ ସ୍ପେସ ସେଣ୍ଟରରୁ ଲଞ୍ଚ କରାଯିବ । ଯାହାର ଲାଇଭ ପ୍ରସାରଣ ଇସ୍ରୋର ୟୁଟ୍ୟୁବ ଚ୍ୟାନେଲରେ କରାଯିବ । ଏହାକୁ ଆପଣ ଘରେ ବସି ମଧ୍ୟ ଦେଖି ପାରିବେ । ତେବେ ଏହା ଲଞ୍ଚ ହେବା ପରେ ସାଧାରଣ ଲୋକଙ୍କ ମନରେ ଏକ ପ୍ରଶ୍ନ ନିଶ୍ଚିତ ଭାବରେ ଆସୁଥିବ । ଯାହା ହେଉଛି ସୂର୍ଯ୍ୟର ନିକଟତର ହେଲେ ଆଦିତ୍ୟ ଏଲ ୧ଜଳି ଯିବନାହିଁ ତ? ତେବେ ଆସନ୍ତୁ ଜାଣିବା କ’ଣ ପାଇଁ ଆଦିତ୍ୟ ଏଲ ୧ ସୂର୍ଯ୍ୟର ନିକଟତର ହେଲେ ମଧ୍ୟ ଜଳିବ ନାହିଁ ।

ଆଦିତ୍ୟ ଏଲ ୧ ମିଶନ ଏକ ଏପରି ମିଶନ ଯାହା ୧୫ ଲକ୍ଷ କିଲୋମିଟର ଯାତ୍ରା କରିବା ପରେ ସୂର୍ଯ୍ୟ ନିକଟରେ ଏକ ସ୍ୱତନ୍ତ୍ର ଦୂରତା ରକ୍ଷା କରି ପହଞ୍ଚିବ । ତାହା ଏଥି ପାଇଁ କରାଯିବ କାରଣ ଆଦିତ୍ୟ ଏଲ ୧ ସୂର୍ଯ୍ୟ ନିକଟରେ ପହଁଚିଲେ ଏହା ଜଳି ନଷ୍ଟ ହେବାର ସମ୍ଭାବନା ରହିଛି । ଆଦିତ୍ୟ ଏଲ ୧ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଥିବା ଗୁରୁତ୍ୱାକର୍ଷଣ ଥିବା ସ୍ଥାନରେ ପହଞ୍ଚିବ । ତେବେ ସୂର୍ଯ୍ୟରେ ତାପମାତ୍ରା ୫୫୦୦ ଡିଗ୍ରୀ ସେଲସିଏସ । ଯଦି ଆଦିତ୍ୟ ଏଲ ୧ ପଏଣ୍ଟ ଏଲ ୧ରେ ନ ଅଟକିଲା ତେବେ ଏହା ସୂର୍ଯ୍ୟ ନିକଟକୁ ଗତି କରିବ । ଯଦି ଏପରି ହେଲା ତେବେ ଆଦିତ୍ୟ ଏଲ ୧ ସୂର୍ଯ୍ୟର ତାପମାତ୍ରକୁ ସହ୍ୟ କରିପାରିବ ନାହିଁ । ଏବଂ ତାହା ଜଳିଯିବ ।

ଏଠାରେ କହି ରଖୁଛୁ ଯେ, ଆପଣ ଆଦିତ୍ୟ ଏଲ ୧ର ଲଞ୍ଚର ସିଧା ପ୍ରସାରଣ ଘରେ ବସି ଦେଖି ପାରିବେ । ଇସ୍ରୋ ଏହାର ୟୁଟ୍ୟୁବ ପେଜରେ ତାହାର ସିଧାପ୍ରସାରଣ ଲାଇଭ ଦେଖାଇବ । ଚନ୍ଦ୍ରଯାନର ସଫଳତା ପରେ ଏବେ ସାରା ବିଶ୍ୱର ନଜର ଆଦିତ୍ୟ ଏଲ ୧ ଉପରେ ରହିଛି ।

 

Get real time updates directly on you device, subscribe now.